
କେନ୍ଦୁଝର : କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ବିଜେପି ପକ୍ଷରୁ ତମ୍ବିତୋଫାନ ହେବା ପରେ ବୁଧବାର ଦିନ ପଶ୍ଚିମଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଡିଆଇଜି କହିଛନ୍ତି।
ବୁଧବାର ମଧ୍ୟାହ୍ନରେ ଡିଆଇଜି ଜୟନାରାୟଣ ପଙ୍କଜ କେନ୍ଦୁଝରରେ ପହଞ୍ଚିଥିଲେ। କେନ୍ଦୁଝର ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ସହିତ ସେ ବୋମାମାଡ଼ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେଠାରୁ ପରିସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ସର୍କିଟହାଉସ୍ରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ବୋମାମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ , ବୋମାମାଡ଼ ଘଟଣାକୁ ୪୮ ଘଣ୍ଟା ପୂରିବା ପରେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଧରି ନ ପାରିବାରୁ ଗତକାଲି ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଏଥିରେ ୯ଜଣ ବିଜେପି ବିଧାୟକ ସାମିଲ ହୋଇ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଥିଲେ।
The post ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ ସରିଛି, ତୁରନ୍ତ ଗିରଫ କରାଯିବ : ଡିଆଇଜି first appeared on Sambad.from ଜିଲ୍ଲା | Sambad https://ift.tt/3ADPeF3
0 Comments