ପୁରୀ: ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା ପୁରୀ ପୁଲିସର ସ୍ପେସାଲ୍ ଟାସ୍କ ଫୋର୍ସ ( ଏସଟିଏଫ)। ପ୍ରାୟ ୨୫୦ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ୫ଜଣ ବ୍ରାଉନସୁଗାର ଡିଲର ଏବଂ ଯୋଗାଣକାରୀଙ୍କୁ ଗିରଫ କରିଛି ପୁରୀ ଏସଟିଏଫ। ଗିରଫ ୫ଜଣ ହେଲେ ଭୁବନେଶ୍ବର ପୋଖରୀପୁଟର ଧୀରେନ୍ଦ୍ର ସାହୁ ଓରଫ ଟୁଟୁ(୪୦),ସରକନ୍ତରାର ସୁବ୍ରତ ଖୁଣ୍ଟିଆ(୨୩), ସୁରଜ ପରିଡ଼ା(୨୧) ଏବଂ ଡୁମଡୁମାର ମାଧବ ମଣ୍ଡଳ(୨୮) ଓ ବାଣପୁର ଖୁଣ୍ଟାପାଲିର ଆଦିତ୍ୟ ନାରାୟଣ ସ୍ବାଇଁ(୩୦)।

ସୂଚନା ମୁତାବକ, ଗତ କିଛି ଦିନ ମଧ୍ୟରେ ବ୍ରାଉନସୁଗାରର ବିକ୍ରି ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଏହାର ବ୍ୟବହାର ବଢ଼ିଥିବା ବେଳେ ଏହାକୁ ରୋକିବା ପାଇଁ ପୁରୀର ପୁଲିସ ଅଧୀକ୍ଷକ ଏକ ଏସଟିଏଫ ଗଠନ କରିଥିଲେ। ଗତକାଲି ବ୍ରାଉନସୁଗାର ବିକ୍ରି ନେଇ ଯୋଜନା ଚାଲିଥିବାର ସୂଚନା ପାଇବା ପରେ ଏସଟିଏଫ ବାଇ ପାସ ନିକଟରେ ତୁରନ୍ତ ଚଢ଼ାଉ କରିଥିଲା। ଚଢ଼ାଉ ପରେ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୫୦ଗ୍ରାମର ବ୍ରାଉନସୁଗାର ଜବତ କରାଯିବା ସହ ୧୧ଟି ମୋବାଇଲ ଫୋନ, ୫,୦୦୦ଟଙ୍କା, ୨ଟି ଏଟିଏମ/ଡେବିଟ କାର୍ଡ, ଗୋଟେ ବାଇକ ଏବଂ ଗୋଟେ କାର୍ ମଧ୍ୟ ଜବତ କରିଛି ପୁଲିସ।

The post ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା ପୁରୀ ଏସଟିଏଫ, ୫ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2YJfXCC