
ଧର୍ମଶାଳା : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜାରକା କୁମାରୀ ଗ୍ରାମର କବି ସଂଗ୍ରାମ କେଶରୀ ଜେନା ଓ କବିତା ଜେନାଙ୍କ ଝିଅ କଳ୍ପିତା ଜେନା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୭୮ତମ ସ୍ଥାନ ହାସଲ କରିଛନ୍ତି। ଜାରକାସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରୁ ପ୍ରାଥମିକ ଶିକ୍ଷା ପରେ ସେ ପାଣିକୋଇଲିସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରୁ ହାଇସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ରେଭେନ୍ସା କଲେଜରୁ ଯୁକ୍ତ ଦୁଇ, ପଣ୍ତିଚେରୀସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରୁ ସ୍ନାତକ ଓ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶାସନିକ ସେବାପାଇଁ ପ୍ରସ୍ତୁତି କରିଥିଲେ।
ବିଦ୍ୟାଳୟ ତଥା ବିଶ୍ବବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରବନ୍ଧ ପ୍ରତିଯୋଗିତା, ତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କଳ୍ପିତା ଅନେକ ପୁରସ୍କାର ଲାଭ କରିଛନ୍ତି। କଳ୍ପିତା ବଡ଼ବାଲିକୁଦା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ସ୍ବର୍ଗତ ଚୈତନ୍ୟ ଚରଣ ଜେନାଙ୍କ ନାତୁଣୀ। ବଡ଼ବାଲିକୁଦା ପଞ୍ଚାୟତବାସୀ ମଧ୍ୟ କଳ୍ପିତାଙ୍କର ଏହି ସଫଳତାରେ ଆନନ୍ଦ ପ୍ରକାଶ କରିଛନ୍ତି।
The post ଓଏଏସ୍ରେ କଳ୍ପିତାଙ୍କ କୃତିତ୍ୱ first appeared on Sambad.from ଜିଲ୍ଲା | Sambad https://ift.tt/2YCo0B6
0 Comments