ନର୍ଲା : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ରୁପ୍ରା ଏସ୍‌ବିଆଇ ମ୍ୟାନେଜରଙ୍କ ସମେତ ୨ଜଣ ଦଲାଲଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ପଲମ ଫାଣ୍ଡିରେ ଅଭିଯୋଗ ପରେ ଫାଣ୍ଡି ଅଧିକାରୀ ୩ଜଣଙ୍କୁ ଅଟକ ରଖି ପଚାରଉଚୁରା କରୁଛନ୍ତି।

ସୂଚନାନୁସାରେ ନର୍ଲା ଥାନା ରୁପ୍ରା ଧଅଁରାମାଲର ଫାଲଗୁନି ଗୌଡ଼ ଓ ବାଲିପଡ଼ା ଗ୍ରାମର ଭୁବନ ସାହୁ ରୁପ୍ରା ବ୍ୟାଙ୍କ୍‌ରୁ କିଛିଦିନ ତଳେ ସୁନା ଋଣ କରିଥିଲେ। ଶୀଘ୍ର ସୁନା ଋଣ ସୁଝି ସୁନା ଫେରାଇ ନେବାକୁ ବ୍ୟାଙ୍କ୍‌ ମ୍ୟାନେଜର ୨ଜଣଙ୍କୁ ତାଗିଦ୍‌ କରିଥିଲେ। ଏହାପରେ ୨ଜଣ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ସହିତ ମିଶି ରତନପୁର ଗ୍ରାମର କରୁଣାକର ବାଗଙ୍କୁ ଫସାଇଥିଲେ। କରୁଣାକରଙ୍କୁ କହିଥିଲେ କି, ରୁପ୍ରା ଏସ୍‌ବିଆଇ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଆମର ଭଲ ସଂପର୍କ ଥିବାରୁ ତତେ ଶୀଘ୍ର ଋଣ ମିଳିଯିବ। ଏହାପରେ ସମସ୍ତ ଦସ୍ତାବିଜ୍‌ ମାଗିଥିଲେ। କରୁଣାକର ନିଃସନ୍ଦେହରେ ସମସ୍ତ ଦସ୍ତାବିଜ୍‌ ଓ ଦସ୍ତଖତ ମଧ୍ୟ କରିଥିଲେ। ଲୋନ୍‌ ଆପ୍ରୁଭ ହେଲା, କିନ୍ତୁ କରୁଣାକରଙ୍କୁ ଟଙ୍କା ନମିଳିବାରୁ ସେ ମ୍ୟାନେଜରଙ୍କୁ ସାକ୍ଷାତ କରିଥିଲେ। ଭୂବନ ସାହୁ ଓ ଫାଲଗୁନି ଗୌଡ଼ଙ୍କ ନାଁରେ ପୂର୍ବରୁ ସୁନା ଋଣ ବକେୟା ଥିବାରୁ ଉକ୍ତ ଟଙ୍କାରେ ତାଙ୍କର ଡିୟୁ କ୍ଲିୟର ହୋଇଯାଇଛି ବୋଲି ମ୍ୟାନେଜର କହିଥିଲେ। ଶେଷରେ ଟଙ୍କା ହଡ଼ପ ହୋଇଥିବା ଜାଣିପାରି ପୀଡ଼ିତ କରୁଣାକର ପଲମ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ପଲମ ପୁଲିସ ବ୍ୟାଙ୍କ ମ୍ୟାନେଜରଙ୍କ ଓ ୨ ଯୁବକଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି।

The post ଋଣ କରାଇବା ନାଁରେ ଟଙ୍କା ଆତ୍ମସାତ ଅଭିଯୋଗ: ୨ ଦଲାଲ ଥାନାରେ ଅଟକ first appeared on Sambad.

from ଜିଲ୍ଲା | Sambad https://ift.tt/3Du3hP5