
ଯୋଡା : ଯୋଡ଼ାସ୍ଥିତ ଆଜାଦବସ୍ତିର ସଫେଇ କର୍ମଚାରୀ ବୁଧୁରାମ ସିର୍କା ମୁଣ୍ଡାଙ୍କୁ ପଥରରେ ଛେଚି ହତ୍ୟା ଘଟଣାରେ ପୁଲିସ ଗତକାଲି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆଜାଦ ବସ୍ତିର ତିନି ଭାଇ ମାସି ମୁଣ୍ଡା, ଲଦର ମୁଣ୍ଡା ଓ ଶିବ ମୁଣ୍ଡା। ଘଟଣା ଦିନ ତିନି ଜଣଙ୍କ ମଧ୍ୟରୁ ୨ ଭାଇଙ୍କୁ ସ୍ଥାନୀୟ ଲୋକେ କାବୁ କରି ଯୋଡ଼ା ପୁଲିସ ପାଖରେ ଜିମା ଦେଇଥିଲେ। ଲଦର ମୁଣ୍ଡା ସେ ଦିନ ହତ୍ୟାକାଣ୍ଡ ଘଟାଇବା ପରେ ସେଠାରୁ ଖସି ଯାଇଥିଲେ। ଗତ ବୁଧବାର ସୁନା ନଦୀ କୂଳରେ ଲୁଚିଥିବା ସମୟରେ ଲୋକେ ଦେଖିବା ପରେ ତାକୁ ଧରି ପୁଲିସ ଜିମା ଦେଇଥିଲେ।
ସୂଚନା ଯୋଗ୍ୟ, ୧୮ ତାରିଖ ଅପରାହ୍ଣରେ ବସ୍ତିରେ ସଫେଇ କର୍ମଚାରୀ ବୁଧୁରାମ ସିର୍କା ମୁଣ୍ଡାଙ୍କ ସହିତ କୌଣସି କାରଣକୁ ନେଇ ଝଗଡା ହେବା ପରେ ଘରେ ପଶି ଅଭିଯୁକ୍ତ ୩ ଭାଇ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ।
The post ସଫେଇ କର୍ମଚାରୀଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତ କୋର୍ଟ ଚାଲାଣ first appeared on Sambad.from ଜିଲ୍ଲା | Sambad https://ift.tt/3nj9DdJ
0 Comments