କୋମନା : ମମିତା ମେହେର ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି କରି ଯୁବ କଂଗ୍ରେସ ପକ୍ଷରୁ କୋମନା ଥାନାରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯୁବ କଂଗ୍ରେସ ସଭାପତି ଶାହାରୁଖ୍‌ ଖାନଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀଦଣ୍ଡ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି କରିବା ସହ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଏଥିରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝୀ, କୋମନା ବ୍ଲକ୍‌ କଂଗ୍ରେସ ସଭାପତି କୈଳାସ ଚନ୍ଦ୍ର ବାଗ, ପିସିସି ସଦସ୍ୟ ମୋତି ରାୱଲ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ପାଶା ମହାନନ୍ଦ, ବିଧାନସଭା ଯୁବ କଂଗ୍ରେସ ସଭାପତି ଶାହାରୁଖ୍‌ ଖାନ, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସଂପାଦକ ସୌରଭ ଚନ୍ଦ୍ରକାର, ବ୍ଲକ୍‌ ଯୁବ ସଭାପତି ନରେନ୍ଦ୍ର ନାଗ, ଇସାକ୍‌ ମହମ୍ମଦ, କ୍ଷେତ୍ରମୋହନ ମାଝୀ, ଗୁଡ଼ୁ ମାଝୀ, ଲିପୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

The post କୋମନା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ first appeared on Sambad.

from ଜିଲ୍ଲା | Sambad https://ift.tt/3E73XdL