
କଟକ: କଟକ ବଡମେଡିକାଲ ଅବ୍ୟବସ୍ଥାକୁ ନେଇ ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଜୀବ କୁମାର ପଟ୍ଟନାୟକ ଗୁରୁତର ଅଭିଯୋଗ ଆଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ମେଲ୍ କରି କଟକ ବଡଡାକ୍ତରଖାନା ସେଣ୍ଟ୍ରାଲ ଆଇସିୟୁରେ ଅବ୍ୟବସ୍ଥାକୁ ନେଇ ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଏହାର ତଦନ୍ତ ପାଇଁ କଟକ ବଡଡାକ୍ତରଖାନା କର୍ତୃପକ୍ଷଙ୍କୁ ଚିଠି (ସିଏମଓ ଓଡ଼ିଶା ୫୬୫୮(ସିଏମସ-୧) ୨/୯।୨୦୨୧) ଆସିଛି। ଶ୍ରୀ ପଟ୍ଟନାୟକଙ୍କ ଅଭିଯୋଗ ଅନୁଯାୟୀ ଆଇସିୟୁରେ ମହିଳା ରୋଗୀଙ୍କ ପୋଷାକ ପୁରୁଷ ଅଟେନଣ୍ଡାଣ୍ଟ ବଦଳାଉଛନ୍ତି। ଏହା ଏକପ୍ରକାର ମାନବାଧିକାରକୁ କ୍ଷୁଣ୍ଣ କରୁଛି। ରୋଗୀମାନଙ୍କୁ ଯେଉଁ ଖାଦ୍ୟ ଦିଆଯାଉଛି ତାହା ଅତ୍ୟନ୍ତ ନିମ୍ନମାନର ବୋଲି ବି ସେ ଉଲ୍ଲେଖ କରିଛନ୍ତି।
ରୋଗୀଙ୍କୁ ଏପରି କଦଳୀ ଦିଆଯାଉଛି, ଯାହା ପାଚିବାକୁ ବି ୨/୪ ଦିନ ଲାଗି ଯାଉଛି। ଡସିଟ୍ ଓ ହଗିସ ବଦଳାଇବାକୁ କର୍ମଚାରୀ ରୋଗୀ ପିଛା ୧୦୦ ଟଙ୍କା ଦାବି କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ରୋଗୀ ଆଟେନଣ୍ଡାଣ୍ଟଙ୍କ ପାଇଁ ବାଥରୁମ ସୁବିଧା ନାହିଁ। ବିଭିନ୍ନ ସମୟରେ ରୋଗୀ ସଂପର୍କୀୟଙ୍କୁ ଦୁର୍ବ୍ୟବହାରର ଶିକାର ହେବାକୁ ପଡୁଛି। ଆବଶ୍ୟକ ଡାକ୍ତର ଓ ସେବିକା ନାହାନ୍ତି। ତେଣୁ ଏ ଦିଗରେ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
The post ଏସ୍ସିବିରେ ପୁରୁଷ ଆଟେଣ୍ଡାଣ୍ଟ୍ ବଦଳାଉଛନ୍ତି ମହିଳା ରୋଗୀଙ୍କ ପୋଷାକ; ତଦନ୍ତ ପାଇଁ ସିଏମ୍ଓରୁ ଚିଠି first appeared on Sambad.from ଜିଲ୍ଲା | Sambad https://ift.tt/3DKLaEN
0 Comments