ଚିନାବାଦାମ ଚାଷ କରି ୨୦ ଚାଷୀ ଲାଭବାନ

ଝୁମ୍ପୁରା : ଚମ୍ପୁଆ ଆଇଟିଡିଏ ତରଫରୁ ଜୀବିକା ମିସନ କାର୍ଯ୍ୟକ୍ରମରେ ସାମିଲ ହୋଇ କାଶୀପୁର ଗ୍ରାମର ୨୦ଜଣ ଚାଷୀ ୨୦ ଏକର ଜମିରେ ଚିନାବାଦାମ ଚାଷ କରି ଆତ୍ମନିର୍ଭରଶୀଳ ହେବା ସହିତ ନୂତନ ପରିଚୟ ସୃଷ୍ଟି କରିଛନ୍ତି।

ଏହି ଚାଷ ପାଇଁ ପ୍ରୋତ୍ସାହନ ଦେଇଥିଲେ ଚମ୍ପୁଆ ଆଇଟିଡିଏର ସେବାକୃତି ଦାସ, କୃଷି ବିଶେଷଜ୍ଞ ସୌମ୍ୟରଂଜନ ସାହୁ, ସନ୍ତୋଷ କୁମାର ପ୍ରଧାନ ଏବଂ ପ୍ରଫୁଲ୍ଲ କୁମାର ମହାନ୍ତ। ଆଇଟିଡିଏ ତରଫରୁ ମାଗଣାରେ ଚାଷୀଙ୍କୁ ବିହନ ଓ ସାର ଯୋଗାଇ ଦିଆଯାଇଥିଲା। କାଶୀପୁର ଗ୍ରାମର ଗୌର ନାଏକ, ଟଙ୍କଧର ନାଏକ, ଜଗନ୍ନାଥ ନାଏକ, କାଞ୍ଚନ ନାଏକ, ମିଲା ନାଏକ, ହିରଣ୍ୟ ନାଏକ, ନବୀନ ନାଏକ, ନକୁଳ ନାଏକ, ରମେଶ ନାଏକ ପ୍ରମୁଖ ଚିନାବାଦାମ ଚାଷ କରିଥିଲେ। ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ଭଲ ଅମଳ ହୋଇଛି। ଚିନାବାଦାମ ବିକ୍ରି କରି ପ୍ରତ୍ୟେକ ଚାଷୀ ୩୦ରୁ ୩୫ହଜାର ଟଙ୍କା ଲେଖାଏଁ ପାଇଛନ୍ତି। ସରକାର ଯଦି ଅଧିକରୁ ଅଧିକ ବିହନ ଓ ସାର ଯୋଗାଇଦେବେ ଆଗକୁ ଅଧିକ ଲାଭ ମିଳିବ ବୋଲି କାଶୀପୁର ଗ୍ରାମର ଏହି ଚାଷୀମାନେ ମତବ୍ୟକ୍ତ କରିଛନ୍ତି।

The post ଚିନାବାଦାମ ଚାଷ କରି ୨୦ ଚାଷୀ ଲାଭବାନ first appeared on Sambad.

from ଜିଲ୍ଲା | Sambad https://ift.tt/3FPYcmk

Post a Comment

0 Comments