ଯାଜପୁର : ବିକାଶମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଥିବାର ଅଭିଯୋଗ କରି ବରୀ ବ୍ଲକ ଈଶାଣପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଅନଶନ ଆରମ୍ଭ ହୋଇଛି।

ଏନେଇ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ନହେଲେ ଆଜିଠାରୁ ଅନଶନରେ ବସିବାକୁ ଚେତାବନୀ ଦିଆଯାଇଥିଲା। ମାତ୍ର ପ୍ରଶାସନ କୌଣସି ପଦକ୍ଷପ ନେଇନାହିଁ। ଏହାର ପ୍ରତିବାଦରେ ତଥା ତୁରନ୍ତ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଆଜିଠାରୁ ପୂର୍ବତନ ସରପ‌ଞ୍ଚ ମନୋଜ ଦାସଙ୍କ ନେତୃତ୍ବରେ ଅନଶନ କରାଯାଇଛି। ଏଥିରେ ହରିଶ୍ଚନ୍ଦ୍ର ଦାସ, ବଟକୃଷ୍ଣ ଜେନା, ପର୍ଶୁରାମ ଜେନା, ମାନିନୀ ଘଡ଼ାଇ, ପ୍ରଶାନ୍ତ ମଲିକ, ଭରତ ଜେନା, ସାଧୁ ମଲିକ, ଗଣେଶ୍ବର ମଲିକ, କୁଳମଣି ମଲିକ, ସୁରେନ୍ଦ୍ର ମଲିକ, ଅଜୟ ମଲିକ, କୀର୍ତ୍ତନ ଘଡ଼ାଇ, କିଶୋର ଘଡ଼ାଇ,ସୋମନାଥ ଜେନା,ବିଶ୍ବନାଥ ଜେନା, ଜାନକୀ ମଲିକ, ସମ୍ପଦ ମଲିକ, ଦୀପା ଦାସ ଓ ରେବତୀ ସେଠୀ ସାମିଲ ହୋଇଛନ୍ତି।

ଅନଶନସ୍ଥଳରେ ବରୀ ତହସିଲଦାର ମାନସ ରଞ୍ଜନ ଭୋଇ ଓ ବରୀ ଥାନାଧିକାରୀ ଅଜୟ କୁମାର ଜେନା ପହଞ୍ଚି ଅନଶନକାରୀଙ୍କ ସହିତ ଆଲୋଚନା କରି ଫେରିଯାଇଛନ୍ତି। ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ପହଞ୍ଚି ନଥ‌ିଲେ। ଯେପର୍ଯ୍ୟନ୍ତ ଜିଲ୍ଲା ପ୍ରଶାନ ପକ୍ଷରୁ ପଞ୍ଚାୟତ ଦୁନିର୍ତୀର ତଦନ୍ତ ନିମନ୍ତେ ଲିଖିତ ପ୍ରତିଶ୍ରୁତି ନମିଳିଛି ସେପର୍ଯ୍ୟନ୍ତ ଅନସନ ଜାରି ରହିବ ବୋଲି ଅନ୍ଦୋଳନକାରୀମାନେ କହିଛନ୍ତି।

ସେମାନଙ୍କ ଅଭିଯୋଗ ଯେ ୨୦୧୭–୧୮ ଆର୍ଥିକ ବର୍ଷଠାରୁ ୨୦୨୧-୨୨ ବର୍ଷ ମଧ୍ୟରେ ମନରେଗା ତଥା ବିଭିନ୍ନ ଯୋଜନାରେ ନିର୍ମାଣ ହୋଇଥିବା ପ୍ରକଳ୍ପରେ ବହୁ ଦୁର୍ନୀତି ହୋଇଛି। ବେଣିପୁରଠାରୁ ଈଶାଣପୁର ଶ୍ମଶାନ ଘାଟ ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ, ଖେଳପଡ଼ିଆ ଉନ୍ନତୀକରଣ, ପୋଖରୀ ଖନନ, ଗ୍ରାମ୍ୟ ଉଦ୍ୟାନ ଆଦି ୩୪ ଟି ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଅର୍ଥ ଆତ୍ମସାତ୍ କରାଯାଇଛି। ଏନେଇ ଗତ ୭ତାରିଖରେ ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଥିଲା।

The post ଈଶାଣପୁର ପଞ୍ଚାୟତରେ ଦୁର୍ନୀତି ପ୍ରତିବାରେ ଅନଶନ first appeared on Sambad.

from ଜିଲ୍ଲା | Sambad https://ift.tt/3125G5S