ମାଲକାନଗିରି: ମାଲକାନଗିରି ସ୍ଥିତ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଦଣ୍ଡକାରଣ୍ୟ ପର୍ବତମାଳ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଭାପତି ଜୟରାମ ପାଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି କାମରାଜ କାବାସୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭନ୍ନ ଦାବି ନେଇ ଏହି ପରିଷଦ ଗର୍ଜିଥିଲା। ବିଶେଷକରି ଅବିଭକ୍ତ କୋରାପୁଟ ଜିଲ୍ଲା ସିଡ୍ୟୁଲଡ୍‌ ଏରିଆ ଭିତରେ ରହିଛି। ତେଣୁ ଏହି ଅଂଚଳର ଲୋକ ମାନଙ୍କର ଅଧିକାରକୁ ସ୍ବୀକାର କରି ପେସା ଆଇନକୁ ତୁରନ୍ତ ଲାଗୁ କରିବା ପାଇଁ ଦାବି ହୋଇଥିଲା। ଜୀବନ ରକ୍ଷା ପାଇଁ ଏହି ଅଂଚଳର ଲୋକେ ବିଶାଖାପାଟଣମ୍ ଉପରେ ହିଁ ନିର୍ଭର କରୁଛନ୍ତି। ତେଣୁ ସ୍ମାର୍ଟ କାର୍ଡ ସହ ଆୟୁଷ୍ମାନ ଯୋଜନାକୁ ତୁରନ୍ତ ଲାଗୁ କରାଯାଉ। ଆମ ପିଲାମାନଙ୍କୁ ସରକାରୀ ଚାକିରି ଦେବା ପାଇଁ ଅଧିକା ପଦବୀ ସୃଷ୍ଟି କରାଯାଉ ବୋଲି ଦାବି କରାଯାଇଥିଲା।

ଚାଷୀମାନଙ୍କ ପାଇଁ ଜଳସେଚନର ସୁବିଧା କରିହା ସହ ମାଗଣାରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଉ। ଆଦିବସୀ ପିଲାମାନେ ଯେପରି ଦାଦନ ଖଟିବାକୁ ଯାଇ ହିନସ୍ତା ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେଇ ସେମାନଙ୍କ ପାଇଁ କାମର ଯୋଗାଡ କରାଯାଉ ବୋଲି ଦାବି ହୋଇଥିଲା। ଏଭଳି ବହୁ ଦାବି ଏହି ବୈଠକରେ ଉପସ୍ଥାପନା କରାଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସଂପାଦକ ଗଦାଧର ପରିଡା, ଅରବିନ୍ଦ ନେତାଲ, ଗଂଗାଧର ସାନିସେଟି, ମାଣିକମ୍ ସମ୍‌ରେଡି, ଘେନୁ ମୁଦୁଲି, ଦଶରଥ ପଡିଆମୀ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରତିକୃଷ୍ଣ ପାତ୍ର, ରବୀନ୍ଦ୍ର ବିଶ୍ବାସ, ହରି ଗଲୋରୀ, ଲକ୍ଷ୍ମଣ ଘେରାମୀ, ଲଳିତ୍‌ ମାଡକାମୀ, ଘନଶ୍ୟାମ ମାଡକାମୀ ପ୍ରମୁଖ ଉପସ୍ଥିତ ରହିଥିଲେ।

The post ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ପକ୍ଷରୁ ବୈଠକ first appeared on Sambad.

from ଜିଲ୍ଲା | Sambad https://ift.tt/3jqOXzx