
ତେଲକୋଇ : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କାଞ୍ଜିପାଣି ଘାଟିରେ ଏକ କମଳା ବୋଝେଇ ଟ୍ରକ୍ରେ ଆଜି ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଚାଳକ ଓ ସହାୟକ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ଧରଣର ଅଗ୍ନିକାଣ୍ଡକୁ ଏଡ଼ାଇ ଦିଆଯାଇଛି।
(ଡବ୍ଲ୍ୟୁବି-୩୩-ଇ-୭୪୪୪) ନମ୍ବର ବିଶିଷ୍ଟ ଟ୍ରକ୍ଟି ମହାରାଷ୍ଟ୍ରର ନାଗପୁରରୁ କମଳା ବୋଝେଇ କରି ବାଂଲାଦେଶ ଅଭିମୁଖେ ଯାଉଥିଲା। କାଞ୍ଜିପାଣି ଘାଟିରେ ହଠାତ୍ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା। ଚାଳକ ଓ ସହାୟକ ଗାଡ଼ି ଅଟକାଇ ନିଆଁ ଲିଭାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଖବର ପାଇ ତେଲକୋଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ନିଆଁ ଲିଭି ସାରିଥିଲା। ଗାଡ଼ିର ବ୍ୟାଟେରିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଜଣାପଡ଼ିଛି।
The post କମଳା ବୋଝେଇ ଟ୍ରକ୍ରେ ଅଗ୍ନିକାଣ୍ଡ first appeared on Sambad.from ଜିଲ୍ଲା | Sambad https://ift.tt/3ANeito
0 Comments