
କେସିଙ୍ଗା : କେସିଙ୍ଗା ବ୍ଲକ୍ କଶ୍ରୁପଡ଼ା ଓ କନ୍ତେଶିର ପଞ୍ଚାୟତର ଶହ ଶହ ଚାଷୀ ୭ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୨ପଞ୍ଚାୟତର ଶହ ଶହ ଚାଷୀ ସ୍ଥାନୀୟ ବଲାଙ୍ଗୀର ଛକରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ସରକାର ବିରୋଧୀ ନାରା ଦେଇ ନିଜ ଦାବି ରଖିଥିଲେ। ପରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଦାବିପତ୍ର ଦେଇଛନ୍ତି।
ତେଲ ନଦୀରେ ଆଡ଼ି ବନ୍ଧ ନିିର୍ମାଣ, ମରୁଡ଼ିଗ୍ରସ୍ତ ଅଞ୍ଚଳ ପାଇଁ ପଦକ୍ଷେପ ନେବା, ଏମ୍ଆଇପି ଯୋଜନାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି। ଏହି ସବୁ ଦାବି ପୂରଣ ନହେଲେ ସରକାରଙ୍କ ସହ ରାଜରାସ୍ତାରେ ଲଢେ଼ଇ ହେବ। ଏହାସହ ଆସନ୍ତା ନିର୍ବାଚନକୁ ସମ୍ପୂର୍ଣ୍ଣ ବର୍ଜନ କରାଯିବ ବୋଲି ଚାଷୀ ସଂଗଠନ କହିଛି। ସଂଗଠନ ସଭାପତି କେଶବ ଭୋଇ, ସମ୍ପାଦକ ପର୍ଶୁରାମ ପାଢ଼ୀ, ପୃଥ୍ୱୀରାଜ ନାଏକ, ଓଁ ପ୍ରକାଶ ସେନ, ଯଦୁମଣି ମାଝୀ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
The post କଶ୍ରୁପଡ଼ା ଓ କନ୍ତେଶିର ପଞ୍ଚାୟତରେ ଚାଷୀ ଆନ୍ଦୋଳନ, ଦାବିପୂରଣ ନହେଲେ ଭୋଟ୍ ବର୍ଜନ first appeared on Sambad.from ଜିଲ୍ଲା | Sambad https://ift.tt/3w4eQdH
0 Comments