ଯୋଡା : ଯୋଡାସ୍ଥିତ ବାଂଶପାଣି ରେଳ ଷ୍ଟେସନରେ ପଶି ଭଙ୍ଗାରୁଜା ଓ ଆରପିଏଫ ଯବାନ ସମସେର ସିଂ ହତ୍ୟାକାଣ୍ତ ଘଟଣାରେ ପୁଲିସ ଆଜି ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କମାରଯୋଡା କୁଦୁର ସାହିର ଗଙ୍ଗା ମୁଣ୍ତା, କମାରଯୋଡାର ସୁରେଶ ଚନ୍ଦ୍ର ବେହେରା ଓ ବାଂଶପାଣି ରାଧା ହଟିଙ୍ଗର କୁନି ପାତ୍ର ବୋଲି ପୁଲିସ ସୁଚନା ଦେଇଛି।

ସୂଚନାଯୋଗ୍ୟକି ଗତ ୧୨ ତାରିଖ ରାତ୍ରିରେ ଉକ୍ତ ରେଳ ଷ୍ଟେସନରେ ଲକ୍ଷବଚ୍ଚ ମୁଣ୍ତା ନାମକ ଜଣେ ସ୍ଥାନୀୟ ହଟିଂର ଯୁବକଙ୍କ ମୃତ୍ୟୁ ଘଟିବା ପରେ ରେଳ ଷ୍ଟେସନରେ ପଶି ଲୋକେ ଭଙ୍ଗାରୁଜା କରିବା ସହିତ ଆରପିଏଫ ଯବାନମାନଙ୍କୁ ପ୍ରାଣାତ୍ମକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪ ଜଣ ଆପିଏଫ ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ସମସେରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜାମସେଦପୁରସ୍ଥିତ ଟାଟା ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ପୁଲିସ ଏହି ଘଟଣାରେ ପୂର୍ବରୁ ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଯୋଡ଼ା ଥାନା ଆଇଆଇସି ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।

The post ବାଂଶପାଣି ରେଳ ଷ୍ଟେସନ ହତ୍ୟାକାଣ୍ତ ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3jJhkci