ପାଟଣାଗଡ଼ : ପାଟଣାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ବରୀଙ୍କ ଝାର୍‌ବଏଲ୍ ଯାତ୍ରା ସଂପନ୍ନ ହୋଇଛି। ଗୁରୁବାର ‌ସନ୍ଧ୍ୟା ୫ଟାରୁ କେତେକ ସ୍ଥାନରେ ୧୪୪ ଧାରା ଜାରି କରା ଯାଇଥିଲା। ତଥାପି ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଭିଡ଼ ନିୟନ୍ତ୍ରଣରେ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା।

ଗତ ମହାଳୟା ଦିନ ପରମ୍ପରା ମୁତବାକ ରାତିରେ ମାଁ ସମଲେଶ୍ବରୀଙ୍କ ଝାର୍‌ବଏଲ୍‌ ଯାତ୍ରା ହୋଇଥିଲା। ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରାତିରେ ପ୍ରବଳ ଭିଡ଼ ଲାଗି ରହିଥିଲା। ଭିଡ଼କୁ ଦୃଷ୍ଟିରେ ରଖି ପାଟଣାଗଡ଼ ପ୍ରଶାସନ ପକ୍ଷରୁ ମାଁ ପାଟଣେଶ୍ବରୀଙ୍କ ଝାର୍‌ବଏଲ୍ ଯାତ୍ରା ପାଇଁ ଗୁରୁବାର ସନ୍ଧ୍ୟା ୫ଟାରୁ ଶୁକ୍ରବାର ଭୋର୍‌ ୫ଟା ପର୍ଯ୍ୟନ୍ତ ପାଟଣାଗଡ଼, କୁକୁରମୁଣ୍ଡା, କଉଡିଆ ସମେତ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ତଥାପି ପ୍ରବଳ ଭିଡ଼ ଲାଗିଥିଲା। ପୁଲିସ ଲୋକଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲା। ଆସନ୍ତା ୧୩ ତାରିଖରେ ପାଟଣାଗଡ଼ର ପ୍ରସିଦ୍ଧ ବଏଲ୍ ଯାତ୍ରା ଅନୁଷ୍ଠିତ ହେବ। ଏହି ଦିନ ମଧ୍ୟ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି।

The post ମାଁ ପାଟଣେଶ୍ୱରୀଙ୍କ ଝାର୍‌ବଏଲ୍ ଯାତ୍ରା, ଭିଡ଼ ନିୟନ୍ତ୍ରଣରେ ପୁଲିସ ନାକେଦମ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/2YACJgt