
ବିନିକା/ସେଲେଡ଼ି : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସିଂଘିଯୁବା ପଞ୍ଚାୟତ ଜାମପାଲି ଗାଁରେ ଗ୍ୟାସ୍ ଲିକ୍ ହୋଇ ଘରେ ନିଆଁ ଲାଗି ଯାଇଥିଲା। ତେବେ ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।
ଶୁକ୍ରବାର ସଂଧ୍ୟାରେ ସର୍ବେଶ୍ବର ଖେତିଙ୍କ ସ୍ତ୍ରୀ ସର୍ଜୁ ବଘାର ରୋଷେଇ କରିବା ପାଇଁ ଗ୍ୟାସ୍ ଜାଳିଥିଲେ। ପରେ ସିଲିଣ୍ଡର ସହ କନେକ୍ସନ୍ ହୋଇଥିବା ପାଇପରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଜଳି ଉଠିଥିଲା। ନିଆଁ ଜଳୁଥିବା ଦେଖି ସର୍ଜୁ ଓ ପରିବାର ଲୋକ ବାହାରକୁ ପଳାଇ ଆସିଥିଲେ। ଖବର ପାଇ ବିନିକା ଅଗ୍ନିଶମ ବାହିନୀର ଅଧିକାରୀ ଭକ୍ତଚରଣ ତାଣ୍ଡି ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ପକ୍କାଘର ହୋଇଥିବାରୁ କମ୍ କ୍ଷତି ହୋଇଥିବା ଶ୍ରୀ ତାଣ୍ଡି ପ୍ରକାଶ କରିଛନ୍ତି।
The post ଗ୍ୟାସ୍ ଲିକ୍ ହୋଇ ଘରେ ଲାଗିଲା ନିଆଁ first appeared on Sambad.from ଜିଲ୍ଲା | Sambad https://ift.tt/3lqbPAu
0 Comments