
ଖୋର୍ଦ୍ଧା: ଜରୁରୀକାଳୀନ ପରିସ୍ଥିତିର ପରିଚାଳନା ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଳାପାଳ ସନତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଥିବା ଶିଳ୍ପପ୍ରତିଷ୍ଠାନରେ ଆକସ୍ମିକ ଦୁର୍ଘଟଣା, ରସାୟନିକ ପ୍ରତିକ୍ରିୟା ଜନିତ ସମ୍ଭାବ୍ୟ ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଶିଳ୍ପ ପ୍ରତିଷ୍ଠାନରେ ବ୍ୟବହୃତ ଆମୋନିଆ, କ୍ଲୋରିନ୍, ପେଷ୍ଟିସାଇଡ୍ ଆଦି ବିପଦଜନକ ରସାୟନିକ ପଦାର୍ଥର ସୁରକ୍ଷିତ ସଂରକ୍ଷଣ, ବର୍ଜ୍ୟବସ୍ତୁର ପରିଚାଳନା ଆଦି ସମ୍ପର୍କରେ ଡିଜାଷ୍ଟର ମ୍ୟାନେଜମେଂଟ୍ ଇନ୍ଷ୍ଟିଚ୍ୟୁଟ୍ ସରକାରୀ ନିର୍ଦେଶକ ଡଃ. ଅସିତ କୁମାର ପାତ୍ର ଆଲୋଚନା କରିଥିଲେ।
ସମ୍ଭାବ୍ୟ ବିପର୍ଯ୍ୟୟର ପରିଚାଳନା ପାଇଁ ମକ୍ଡ଼୍ରିଲ୍, ଜନସଚେତନତା, ଦୁର୍ଘଟଣାଜନିତ ଆଘାତର ଚିକିତ୍ସା ସମ୍ପର୍କରେ ପ୍ରଶିକ୍ଷଣ ଆଦି ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ବିଶ୍ୱରଂଜନ ପତି, ଜିଲ୍ଲା ଜରୁରୀକାଳୀନ ପ୍ରୋଗ୍ରାମ ଅଧିକାରୀ ସଚ୍ଚିଦାନନ୍ଦ ପତି, ଆଇଓସିଏଲ୍, ଏଚ୍ପିସିଏଲ୍, ୟୁନାଇଟେଡ୍ ବିଭେରେଜ୍ ଲିଃର କର୍ମକର୍ତ୍ତା, ଫ୍ୟାକ୍ଟ୍ରି ଓ ବଏଲର ନିର୍ଦେଶାଳୟର କର୍ମକର୍ତ୍ତା ଓ ଅଧିକାରୀ, ଡେପ୍ୟୁଟି ଜିଲ୍ଲାପାଳ (ଜରୁରୀକାଳୀନ) ସଂଘମିତ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
The post ଜରୁରୀକାଳୀନ ପରିସ୍ଥିତି ପରିଚାଳନା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ first appeared on Sambad.from ଜିଲ୍ଲା | Sambad https://ift.tt/3iHkA7k
0 Comments