ସୁନ୍ଦରଗଡ଼: ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଇଏଏସ ଅଧିକାରୀର ଗୌରବ ହାସଲ କରିଥିବା ବାଲିଶଙ୍କରା ବ୍ଲକ୍ କୁସୁମୁରା ଗାଁର ମୂଳ ବାସିନ୍ଦା ଡାକ୍ତର ରୀନା ପ୍ରଧାନଙ୍କୁ ଆଜି ଜିଲ୍ଲା ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଜେଡି ନେତା ଜୟନାରାୟଣ ତ୍ରିପାଠୀ ଓ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆଙ୍କ ନେତୃତ୍ବରେ ସ୍ଥାନୀୟ ସର୍କିଟ ହାଉସରେ ତାଙ୍କୁ ଦଳ ସ୍ବାଗତ କରିଥିଲା।

ଏହି ଅବସରରେ ଆଇଏଏସ୍ ଡାକ୍ତର ରୀନା ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ, ‘ମୋର ଜନ୍ମ ସୁନ୍ଦରଗଡ଼ କୁସୁମୁରାରେ, ପରବର୍ତ୍ତୀ ସମୟରେ ଆମ ପରିବାର ସହ ଝାରସୁଗୁଡ଼ାକୁ ଯାଇ ସେଠାରେ ପାଠ ପଢ଼ିଥିଲି। ପଢ଼ା ଶେଷ କରିବା ପରେ ପ୍ରଥମେ ଡାକ୍ତର ହୋଇ ଲୋକଙ୍କ ସେବା କରୁଥିଲି, ଏବେ ଭଗବାନ ମୋର ଏହି ସେବା କାର୍ଯ୍ୟରେ ଖୁସି ହୋଇ ମତେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ କରେଇ ଲୋକଙ୍କ ଆହୁରି ତୃଣମୂଳସ୍ତରରୁ ସେବା କରିବାର ସୁଯୋଗ ଦେଇଛନ୍ତି, ଯାହାକୁ ମୁଁ ନିଷ୍ଠାର ସହ ନିର୍ବାହ କରିବି ଓ ସୁନ୍ଦରଗଡ଼ ଜିଲ୍ଲା ଓ ଆମ ରାଜ୍ୟକୁ ଗୌରବାନ୍ବିତ କରିବି’ ବୋଲି କହିଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ ସିଂ, ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋ, ବିଜେଡି ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ, ହରଜେନ୍ଦ୍ର ସିଂ, ପୂର୍ବତନ ନଗରପାଳ ବେଣୁଧର ତଣ୍ଡିଆ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ରଞ୍ଜନା ପଣ୍ଡା, ଜିଲ୍ଲା ଛାତ୍ର ବିଜେଡି ସଭାପତି ସେହେବାଜ ହୁସେନ, ବାବୁଲି କର, ସୁକାନ୍ତ ପତି, ଶିବାଜୀ ନାଏକ, କୌଶିକ ପଟେଲ, ସୁରେନ୍ଦ୍ର ଭିତ୍ରିଆ, ଟିକେଶ୍ବରୀ ନାଏକ, ଅନିତା ଶର୍ମା, ମନୋରମା ସାମଲ, ତ୍ରିଲୋଚନ କାକ, ବରୁନ ବାଗ, ପଙ୍କଜ ଶ୍ରେଷ୍ଠ, ନରଦୀପ ସିଂ, ସୁବ୍ରତ ନାଏକ, ବିସ୍ମୟ ପଟ୍ଟନାୟକଙ୍କ ସମେତ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ ! ସମ୍ବର୍ଦ୍ଧନା ସମୟରେ ରୀନାଙ୍କ ବାପା ଧରଣୀଧର ପ୍ରଧାନ, ମା କଲ୍ୟାଣୀ ପ୍ରଧାନ ଓ ସାନ ଭାଇ ଆଶିଷ ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ।

The post ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ମହିଳା ଆଇଏଏସଙ୍କୁ ବିଜେଡିର ସମ୍ବର୍ଦ୍ଧନା  first appeared on Sambad.

from ଜିଲ୍ଲା | Sambad https://ift.tt/3FoFbXX