ରାଉରକେଲା: ଭାଉଜକୁ ମାଡ଼ ମାରିବା ଓ ଘରୁ ବାହାର କରିଦେବା ଅଭିଯୋଗରେ ବନ୍ଧମୁଣ୍ଡା ପୁଲିସ ଦିଅରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଜଣକ ହେଲେ ବନ୍ଧମୁଣ୍ଡା ତିଲକାନଗରର ଡକ୍ଟର ହରହର ଶମ୍ଭୁ ଚୌଧୁରୀ। ତାଙ୍କର ନୂଆଗାଁ ସୋରଡାରେ ‘ଚୌଧୁରୀ ଚିକିତ୍ସାଳୟ’ ନାଁରେ ବେଆଇନ କ୍ଲିନିକ୍ ରହିଛି। ଯେଉଁଠି ନିରୀହ ଆଦିବାସୀଙ୍କୁ ଚିକିତ୍ସା ନାଁରେ ଶୋଷଣ କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲା। ନିକଟରେ ରୋଗୀ ଚିକିତ୍ସାକୁ କେନ୍ଦ୍ରକରି ମାଡ଼ପିଟ୍ ହୋଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ପ୍ରାୟ ୩/୪ ଘଣ୍ଟା କ୍ଲିନିକ୍ ଭିତରେ ବନ୍ଦ ରଖିଥିଲେ। ବିଶ୍ରା ପୁଲିସ ତାଙ୍କୁ ଉଦ୍ଧାର କରିଥିଲେ। ଶମ୍ଭୁ ବନ୍ଧମୁଣ୍ଡା ତିଲକାନଗରରେ ପରିବାର ସହ ରହନ୍ତି। ଗତ ସେପ୍ଟେମ୍ବର ୨୦ରେ ପରିବାର କୌଣସି କଥାକୁ ନେଇ ଭାଉଜ ରାଜଶ୍ରୀ ଚୌଧୁରୀଙ୍କ ସହ ବଚସା ପରେ ମାଡ଼ ମାରିଥିଲେ। ଏପରିକି ଘରୁ ବାହାର କରିଦେବାକୁ ଧମକ ଦେଇଥିଲେ। ରାଜଶ୍ରୀ ଏ ସଂକ୍ରାନ୍ତରେ ବନ୍ଧମୁଣ୍ଡା ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ମାତ୍ର ଶମ୍ଭୁ ଚୌଧୁରୀ ଘରେ ରହୁ ନଥିବାରୁ ପୁଲିସ ଗିରଫ କରିବାରେ ବିଫଳ ହେଉଥିଲା। ଶମ୍ଭୁ ଘରେ ଥିବା ଜାଣି ପୁଲିସ ମଙ୍ଗଳବାର ଚଢ଼ଉକରି ଧରିଥିଲା।

The post ଭାଉଜକୁ ମାଡ଼ ମାରି ଦିଅର ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3aXclzS