କିଶୋରନଗର/ବଇଣ୍ଡା : ତାଳଚେର –ସମ୍ବଲପୁର ରେଳପଥର ହଣ୍ଡପା ଥାନା ଜାମୁନାଳି ନିକଟରୁ ରେଳବାଇ ପୁଲିସ ରବିବାର ସକାଳେ ଜଣେ ମହିଳା ଓ ତାଙ୍କ ସଂପର୍କୀୟ ପୁତୁରାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି। ଏହା ଦୁର୍ଘଟଣା ନୁହେଁ; ବରଂ ଏକ ଆତ୍ମହତ୍ୟା ଘଟଣା ଏବଂ ପ୍ରେମ ସଂପର୍କରେ ବିଫଳ ହୋଇ ଉଭୟେ ଜୀବନ ହାରିଥିବା ପୁଲିସ ଅନୁମାନ କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ, ମୃତ ଯୁବକ ହେଉଛନ୍ତି ଠାକୁରଗଡ଼ ଥାନା ପାଇକସାହି ଗାଁର ସୁବାସ ନାୟକ (୧୯) ଓ ତାଙ୍କ ସମ୍ପର୍କୀୟ ମାଉସୀ ସାପଘରା ପଞ୍ଚାୟତ ଭଗାମୁଣ୍ଡା ଗାଁର ବାସନ୍ତୀ ନାୟକ (୩୫)। ବାସନ୍ତୀ ଓ ସୁବାସ ତିନିଦିନ ପୂର୍ବରୁ ଘରୁ ପଳାଇ ଆସିଥିଲେ। ପିତାଚରୀବଳକା ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ ଦୁହେଁ ରହିଥିଲେ। ଶନିବାର ଦିନବେଳେ ଜରପଡ଼ା ଅଞ୍ଚଳରେ ବୁଲାବୁଲି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଜମୁନାଳି ଅଞ୍ଚଳକୁ ଆସିଥିଲେ । ସେଠାରେ କିଛି ଖାଦ୍ୟ ଖାଇଥିଲେ। ଜାମୁନାଳି ନିକଟ ରେଳଲାଇନ୍‌ରେ ଦୁହିଁଙ୍କ ମୃତଦେହ ପଡ଼ିଥିବା‌ ଆଜି ସକାଳେ ‌କେତେକ ଗାଈଚରାଳି ଦେଖି ରେଳବାଇ ଫାଣ୍ଡି ପୁଲିସକୁ ଜଣାଇଥିଲେ। କୌଣସି ଏକ୍ସପ୍ରେସ୍‌ ଟ୍ରେନ୍‌ ଆଗକୁ ଡେଇଁପଡ଼ି ଦୁହେଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପାରିପାର୍ଶ୍ବିକ ପରିସ୍ଥିତିରୁ ସଂଦେହ କରାଯାଉଛି।

The post ରେଳଧାରଣାରୁ ମାଉସୀ-ପୁତୁରାଙ୍କ ମୃତଦେହ ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/2XmLfz9