
ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍ରେ ହାତୀଙ୍କ ଉପଦ୍ରବ ଜାରି ରହିଛି। ଗୁରୁବାର ରାତିରେ କୁଟରୁଗୁଡ଼ା ଗାଁର ଉମରା ମାଝୀଙ୍କ ଘର ଭାଙ୍ଗି ଖାଦ୍ୟ ସାମଗ୍ରୀ ନଷ୍ଟ କରିଛନ୍ତି। ଗତ ସେପ୍ଟେମ୍ବର ୨୪ ତାରିଖରେ ଢେପଗୁଡା ବିଟ୍ ଅଞ୍ଚଳରେ ଗୋଟିଏ ମାଈ ହାତୀର ମୃତ୍ୟୁ ପରେ ହାତୀପଲ ୧୫ କିମି ବ୍ୟବଧାନରେ ଘୂରି ବୁଲୁଛନ୍ତି।

ଅକ୍ଟୋବର ୪ ତାରିଖରେ କୁମଖାଲ ପଞ୍ଚାୟତ ଡେଲାଙ୍ଗଭଟ୍ଟା ଗାଁକୁ ବିଳମ୍ବିତ ରାତିରେ ଆସି ପ୍ରଥମେ ଭଇରା ମାଝୀଙ୍କ ଘର ଭାଙ୍ଗିଥିଲେ। ପରେ ଟଙ୍କ ମାଝୀଙ୍କ ଘରକୁ ଭାଙ୍ଗି ରାସନ ସାମଗ୍ରୀ ନଷ୍ଟ କରିଥିଲେ। ଗୁରୁବାର ରାତିରେ ବନ୍ଧପାରି ପଞ୍ଚାୟତ ବୁରୀ ଜଙ୍ଗଲରୁ ହାତୀପଲ ବାହାରି କୁଟରୁଗୁଡ଼ା ଗାଁର ଶ୍ରୀ ମାଝୀଙ୍କ ଘର ଭାଙ୍ଗିବା ସହ ଶୌଚାଳୟ ବି ନଷ୍ଟ କରିଛନ୍ତି। ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛି।

ଏନେଇ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀ ଓ ଏଲିଫ୍ୟାଣ୍ଟ୍ ସ୍କ୍ବାଡ୍ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି। ହାତୀପଲ ବର୍ତ୍ତମାନ ବୁରୀ ଜଙ୍ଗଲରେ ଥିବା ବନ ବିଭାଗ କହିଛି।
The post ଲାଞ୍ଜିଗଡ଼ରେ ପୁଣି ହାତୀ ଉପଦ୍ରବ: ୩ ଘର ଭାଙ୍ଗିଲେ, ଖାଦ୍ୟ ଶସ୍ୟ ନଷ୍ଟ କଲେ first appeared on Sambad.from ଜିଲ୍ଲା | Sambad https://ift.tt/3iJySod
0 Comments