ସୁନ୍ଦରଗଡ଼: ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଆଇରନ୍ ଲେଡି ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ୩୭ତମ ଶ୍ରାଦ୍ଧ ଦିବସ ଓ ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଲୌହମାନବ ଭାରତ ଗଠନର ପ୍ରମୁଖ କର୍ଣ୍ଣଧାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଜିଲ୍ଲା କଂଗ୍ରେସ ଦୁଇ ମନୀଷୀଙ୍କ ଶ୍ରଦ୍ଧାସମୁନ ଅର୍ପଣ କରିବା ସହ ସ୍ମୃତିଚାରଣ କରିଛି।

ଏହି ଅବସରରେ ଜିଲ୍ଲା ସଭାପତି ବେଣୁମାଧବ ତ୍ରିପାଠୀ ସମସ୍ତ କର୍ମୀ ଓ କର୍ମକର୍ତ୍ତାମାନଙ୍କୁ ସଂକଳ୍ପ ପାଠ କରାଇଥିଲେ। ସଭାରେ ବରିଷ୍ଟ କଂଗ୍ରେସ ନେତା ନିମାଇଁ ଚରଣ ନାଏକ, ପୂର୍ବତନ ବିଧାୟକ ଡ.ପ୍ରଫୁଲ୍ଲ ମାଝୀ, ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ, ଜିଲ୍ଲା ସାଧାରଣ ସଂପାଦକ ପର୍ଶୁରାମ ସରାଫ, ପ୍ରଣବ ସିଂ, ଟାଉନ ସଭାପତି ନେପାଳ ସାହୁ ପ୍ରମୁଖ ବକ୍ତବ୍ୟ ରଖି ଏ ମହାମନୀଷୀମାନଙ୍କ କଷ୍ଟଲବ୍ଧ ସ୍ବାଧୀନତାକୁ ବିଜେପି କିପରି ପୁଣି ଥରେ ପରାଧୀନ ଆଡ଼କୁ ନେଇଯାଉଛି, ସେ ସମ୍ପର୍କରେ ଆଲୋକପାତ କରିବା ସହ ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶକୁ ରକ୍ଷା ଦାୟିତ୍ବ କଂଗ୍ରେସର ବୋଲି କହିଥିଲେ। ସଭାରେ ସେବାଦଳର ମୁନୁ ସରାଫ, ଅଜିତ ପ୍ରସାଦ, ପ୍ରଦୀପ ସିଂ, ବିଶ୍ବଜିତ ପଟ୍ଟନାଏକ, ମନୋଜ ମହାରଣା, ଶିବ ମୁଣ୍ଡା, ଲବଣୀ ବାଗ, ପିଣ୍ଟୁ ଯୋଷୀ, ହିତ ତନ୍ତୀ, କମଲେଶ ବେନିୱାଲ, ଶରତ ପୁରୋହିତ, ଅଶୋକ ପ୍ରସାଦ, ଭୀଷ୍ମ ଦେବ ସିଂ, ବବଲୁ ଖାଁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

The post ଇନ୍ଦିରା ଓ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଲା କଂଗ୍ରେସ first appeared on Sambad.

from ଜିଲ୍ଲା | Sambad https://ift.tt/3jT15cQ