କଂଟାବାଞ୍ଜି/ମୁରିବାହାଲ : ମୁରିବାହାଲ ଥାନା ଭୋଇପଡ଼ାରେ ପାରିବାରିକ କଳହରୁ ପ୍ରଥମ ପତ୍ନୀଙ୍କୁ ଟାଙ୍ଗିଆରେ ପ୍ରାଣାନ୍ତକ ଆକ୍ରମଣ କରିଛି ସ୍ୱାମୀ। ଗୁରୁତର ଆହତ ଅବସ୍ଥାରେ ସ୍ତ୍ରୀ ହୀରାମଣି ସରାଫ (୫୫ବର୍ଷ)ଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ସ୍ୱାମୀ ତ୍ରିପାଠୀ ସରାଫ ଫେରାର୍‌ ହୋଇଯାଇଛି।

ପ୍ରକାଶ ଯେ ବୁଧବାର ଭୋଇପଡ଼ାର ତ୍ରିପାଠୀ ସରାଫ ଓ ତାଙ୍କ ଦ୍ବିତୀୟ ପତ୍ନୀ ମୁନି ସରାଫଙ୍କ ସହିତ ପ୍ରଥମ ପତ୍ନୀ ହୀରାମଣିଙ୍କ ଝଗଡ଼ା ହୋଇଥିଲା। ଦିନ ପ୍ରାୟ ୩ଟା ବେଳେ ଝଗଡ଼ା ଉଗ୍ର ରୂପ ନେଇଥିଲା। ତ୍ରିପାଠୀ ଓ ମୁନି ମିଶି ହୀରାମଣିଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ହୀରାମଣିଙ୍କୁ ଗୁରୁତର ଅବସ୍ଥାରେ ଗାଁର କିଛି ଲୋକ ଉଦ୍ଧାର କରି କଂଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରକାନାକୁ ସ୍ଥାନନ୍ତର କରାଯାଇଥିଲା। ଏ ନେଇ ମୁରିବାହାଲ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ ବୋଲି ଥାନାଧିକାରୀ ଜ୍ୟୋତିରାଣୀ ଦାସ ପ୍ରକାଶ କରିଛନ୍ତି।

The post ପାରିବାରିକ କଳହରୁ ପ୍ରଥମ ସ୍ତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କଲା ସ୍ୱାମୀ first appeared on Sambad.

from ଜିଲ୍ଲା | Sambad https://ift.tt/2ZXxPud