
ଟିଟିଲାଗଡ଼ : ପ୍ରାଣୀଧନ ନିରୀକ୍ଷକମାନଙ୍କ ଦାବି ପୂରଣ ପାଇଁ ତିନିବର୍ଷ ତଳେ ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ଯାଏ ତାହା ପୂରଣ କରି ନଥିବାରୁ ଏହାର ପ୍ରତିବାଦରେ ବୁଧବାର ପ୍ରାଣୀଧନ ନିରୀକ୍ଷକ ସଂଘ ପକ୍ଷରୁ ଟିଟିଲାଗଡ଼ସ୍ଥିତ ଉପଖଣ୍ଡ ମୁଖ୍ୟ ପ୍ରାଣୀ ଚିକିତ୍ସକ (ଏସ୍ଡିଭିଓ)ଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହିତ ଏସ୍ଡିଭିଓ ପରମାନନ୍ଦ ସେଠୀଙ୍କୁ ଦାବିପତ୍ର ଦିଆଯାଇଛି। ଅନ୍ୟପକ୍ଷରେ ଗୁରୁବାରଠାରୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ବୁଧବାର ଟିଟିଲାଗଡ଼ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟରେ କର୍ମଚାରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ଜିଲ୍ଲା ସଭାପତି ନରେନ୍ଦ୍ର ଆଚାର୍ଯ୍ୟ ମୁଖ୍ୟ ଅତିଥି, ରାଜ୍ୟ ସଂଗଠନ ସମ୍ପାଦକ ପ୍ରଦୀପ ମିଶ୍ର ମୁଖ୍ୟବକ୍ତା, ପୂର୍ବତନ ଜିଲ୍ଲା ସମ୍ପାଦକ ପୀତାମ୍ବର ଧରୁଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଟିଟିଲାଗଡ଼ ଉପଖଣ୍ଡ ସଭାପତି ସରୋଜ ତ୍ରିପାଠୀ ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଯୋଜକ ଆନନ୍ଦ ସାମନ୍ତରାୟ, ମୁରିବାହାଲ ବ୍ଲକ୍ରୁ ରବୀନ୍ଦ୍ର ନନ୍ଦ, ସଇନ୍ତଳାରୁ କିରଣ ପାଣିଗ୍ରାହୀ, ଟିଟିଲାଗଡ଼ରୁ ବସନ୍ତ ଷାଣ୍ଢ, ତୁରେକେଲାରୁ ଦେବାଶିଷ ବେହେରା, ବଙ୍ଗୋମୁଣ୍ଡାରୁ ରିକୁ ସାହୁ, ଜିଲ୍ଲା ସଂଗଠନ ସମ୍ପାଦକ ବୀରେନ୍ଦ୍ର ଷଡ଼ଙ୍ଗୀ, ହିମାଂଶୁ ଶେଖର ସେଠ, ଜ୍ୟୋତ୍ସ୍ନାମୟୀ ଶତପଥୀ, ମମତା ବିଶ୍ୱାଳ, ରାଜିନ୍ଦ୍ର ବରିହା ପ୍ରମୁଖ ଉପସ୍ଥିତ ଥିଲେ। ସଭା ପରେ ସମସ୍ତେ ଶୋଭାଯାତ୍ରାରେ ଯାଇ ଏସ୍ଡିଭିଓଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ କ୍ୟାଡର ପୁନର୍ଗଠନ, ଚୁକ୍ତିଭିତ୍ତିକ ପ୍ରାଣୀଧନ ନିରୀକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି, ଦରମାରେ ଅସଂଗତି ଦୂର କରିବା ଆଦି ରହିଛି।
The post ପ୍ରତିଶ୍ରୁତି ଦେଇ ପୂରଣ କରୁନାହାନ୍ତି ସରକାର, ଏସ୍ଡିଭିଓଙ୍କ ଅଫିସ ଆଗରେ ପ୍ରାଣୀଧନ ନିରୀକ୍ଷକଙ୍କ ବିକ୍ଷୋଭ first appeared on Sambad.from ଜିଲ୍ଲା | Sambad https://ift.tt/2Ypx3Fu
0 Comments