
କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମଇଦାନକେଲରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ତାଳପଦା ଗ୍ରାମର ସଂଜୟ ମୁଣ୍ଡା (୨୨) ଏବଂ ସିପୁନ ମହାନ୍ତ (୨୧)। ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ରାତିରେ ମଇଦାନକେଲ ଅଞ୍ଚଳର ଜଣେ ଯୁବତୀ ଲକ୍ଷ୍ମୀପୂଜା ଭସାଣି ଦେଖିବାକୁ ଯାଇଥିଲେ। ଭସାଣି ଦେଖିବା ପରେ ଶୌଚ ହେବାକୁ ନିଜଘର ବାଡ଼ିକୁ ଯାଇଥିଲେ।
ଏହି ସମୟରେ ଦୁଇ ଅଭିଯୁକ୍ତ ସଂଜୟ ଏବଂ ସିପୁନ ତାଙ୍କୁ ଟେକି ନେଇ ଓଢ଼ଣିରେ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲେ। ନାବାଳିକା ଜଣଙ୍କ ଏ ସଂପର୍କରେ ଘରେ ଜଣାଇବା ପରେ ଶନିବାର ”ସଖୀ” ସେଣ୍ଟରରେ ଅଭିଯୋଗ ହୋଇଥିଲା। ସଖୀ ପକ୍ଷରୁ ଏନେଇ ସଦର ଥାନାକୁ ଜଣାଯାଇଥିଲା। ସଦର ପୁଲିସ କେସ୍ ନମ୍ବର ୪୩୮/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଆଜି ଅଭିଯକୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
The post ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୁଇ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3nnsXXs
0 Comments