
ସିକୋ: ଚଳିତବର୍ଷ ମୌସୁମୀରେ ବେଗୁନିଆ ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ହୋଇଥିଲା। ବର୍ତ୍ତମାନ ମୌସୁମୀ ଫେରିବା ବେଳେ ବର୍ଷା ସାମାନ୍ୟ ହୋଇଥିବା ବେଳେ ସାର ଅଭାବକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି। ବ୍ଲକ ଅନ୍ତର୍ଗତ ସିକୋ, ଗଡ଼ମାଣତ୍ରୀ, ହଜ, ହିରାପୁର ଆଦି ପଂଚାୟତରେ ବର୍ତ୍ତମାନ କୃତ୍ରିମ ସାର ଅଭାବ ଦେଖାଦେଇଛି। ବେଗୁନିଆ ବ୍ଲକରେ ୩୦ଟି ସାର ଦୋକାନ ଓ ୧୨ଟି ସୋସାଇଟିରେ ସାର ବିକ୍ରି ହେଉଛି। କିନ୍ତୁ ଚାଷୀ ସରକାରଙ୍କ ନିର୍ଦ୍ଧାରିତ ଦର ଠାରୁ ଦୁଇଗୁଣ ଅଧିକ ଦାମ ଦେଇ କିଣୁଛି। ୟୁରିଆ ସାର ସରକାରୀ ମୂଲ୍ୟ ବସ୍ତା ପିଛା ୨୬୬ ଟଙ୍କା ୫୦ ପଇସା ଥିବା ବେଳେ ଦୋକାନୀ ମାନେ ୫୮୦ ଟଙ୍କାରେ ବିକ୍ରି କରୁଛନ୍ତି।
ଆଧାରକାର୍ଡ ସଂଯୋଗ ହୋଇଥିବା ଚାଷୀଙ୍କ ଖାତାକୁ ସାରର ରିହାତି ଆସୁନାହିଁ। କେବଳ ଏହାନୁହେଁ ଜଣେ ଚାଷୀ ଗୋଟିଏ ବସ୍ତା ୟୁରିଆ କିଣିଥିବା ବେଳେ ତାଙ୍କ ନିକଟକୁ ୨-୩ଟି ବସ୍ତା କିଣାଯାଇଥିବା ନେଇ ମେସେଜ ଆସୁଛି। ଏଥିପ୍ରତି କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଚାଷୀଙ୍କ ପକ୍ଷରୁ ଦାବି ହେଉଛି।
The post ଚାଷୀଙ୍କୁ ମିଳୁନି ସାର, ଚିନ୍ତାରେ ଚାଷୀ first appeared on Sambad.from ଜିଲ୍ଲା | Sambad https://ift.tt/3l40GFf
0 Comments