
ଘୁ. ଉଦୟଗିରି : କିଛି ଦିନର ବ୍ୟବଧାନରେ ପୁଣି କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଆରମ୍ଭ ହୋଇଛି ଲୁଟ୍ତରାଜ। ଗତକାଲି ବିଳମ୍ବିତ ରାତିରେ ଫୁଲବାଣୀର କୁମୁଦ ନାୟକ ନିଜ ଟୟୋଟା କାର୍ (ଓଆର୍-୦୨-୯୦୬୨) ଯୋଗେ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ କଳିଙ୍ଗା ଘାଟି ପାର ହେବା ବେଳକୁ ପଛପଟୁ ହଠାତ୍ ଏକ ଧଳା ରଙ୍ଗର ସ୍କର୍ପିଓ ଆସି ତାଙ୍କ କାର ସମ୍ମୁଖରେ ଅଟକିଗଲା। ସେଥିରୁ ଦୁଇଜଣ ଓହ୍ଲାଇ କୁମୁଦଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ତାଙ୍କୁ କାର୍ରୁ ବାହାର କରିଦେବା ପରେ କାର୍କୁ ଧରି ଦ୍ରୁତ ଗତିରେ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ କୁମୁଦ ଘୁ. ଉଦୟଗିରି ଥାନାରେ ଜଣାଇଥିଲେ ମଧ୍ୟ ଲୁଟ୍ କାର୍ର ଆଜି ସୁଦ୍ଧା କୌଣସି ଖୋଜଖବର ମିଳିନାହିଁ।
The post କଳିଙ୍ଗା ଘାଟିରୁ କାର ଲୁଟ୍ first appeared on Sambad.from ଜିଲ୍ଲା | Sambad https://ift.tt/3otOyQg
0 Comments