ଗନ୍ଦିଆ: ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅଧୀନ ମହାପଦା (ଟାଙ୍ଗରମୁଣ୍ଡା) ଗାଁରେ ୩ଟି ଦେଶୀ ବନ୍ଧୁକ ସହ ଗୁଳି ଜବତ ହୋଇଛି। ଦେଶୀ ବନ୍ଧୁକ ଓ ଗୁଳି ସହ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ପ୍ରସନ୍ନ ନାଥ (୫୫)।

ପ୍ରସନ୍ନ ବେଆଇନ ଭାବରେ ବନ୍ଧୁକ ରଖିଥିବା ନେଇ ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଗନ୍ଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକଙ୍କ ନେତୃତ୍ୱରେ ଯୋରନ୍ଦା ଫାଣ୍ଡି ଅଧିକାରୀ ପଙ୍କଜ ମାଝୀଙ୍କ ସହ ଏକ ଟିମ ୫ତାରିଖରେ ଅଭିଯୁକ୍ତ ପ୍ରସନ୍ନର ଘରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଚଢ଼ଉ ସମୟରେ ସେଠାରୁ ୩ଟି ଦେଶୀ ବନ୍ଧୁକ ସହିତ ୯ଟି ଖୋକା ଓ ୩୭ଟି ସୀସାରେ ତିଆରି ଗୁଳି ଜବତ କରିଥିଲେ। ତା ସହିତ ନିଜର ଗୁହାଳ ଘରେ ଆସାମୀ ଲୁଚି ରହିଥିବାର ଜାଣି ପୁଲିସ ସେଠାରୁ ତାଙ୍କୁ ଗିରଫ କରିଥିଲା। ଗନ୍ଦିଆ ଥାନା ପକ୍ଷରୁ ଆର୍ମ ଆକ୍ଟ ମାମଲା ରୁଜୁ କରାଯାଇ ଆଜି ଅଭିଯୁକ୍ତ ପ୍ରସନ୍ନକୁ କୋର୍ଟ ଚାଲାଣ କରାଯାଇଛି।

ଗଦିଆ ଅଂଚଳରେ ପଶୁ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବନ ବିଭାଗ ପକ୍ଷରୁ ଅଭିଯୁକ୍ତ ଶିକାରୀମାନଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ଏଥିରୁ ଅନ୍ୟମାନେ ଉଚିତ୍‌ ଶିକ୍ଷା ପାଉନାହାନ୍ତି। ଅଂଚଳରେ କିଛି ଲୋକ ଦେଶୀ ବନ୍ଧୁକ କାରବାର କରୁଥିବା ଅଭିଯୋଗ ହେଉଛି।

The post ବେଆଇନ ଦେଶୀ ବନ୍ଧୁକ ସହ ଗୁଳି ଜବତ, ଅଭିଯୁକ୍ତ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3Dmp2AF