
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ଗ୍ରାମରେ ଜଣେ ଯୁବକଙ୍କୁ ଭାଲୁ ଆକ୍ରମଣ କରିବା ପରେ ଗୁରୁତର ହୋଇଥିବା ସୂଚନା ମିଳିଛି।
ବଡ଼ଟେମେରା ଗ୍ରାମର ମନଧର ଜାନୀ (୪୦) ଆଜି ସନ୍ଧ୍ୟା ୬ଟା ସମୟରେ ଗାଁ ଠାରୁ ଅଧା କିଲୋମିଟର ଦୂରରେ ଥିବା ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ତେବେ ଶୌଚ ସାରି ଘରକୁ ଫେରିବା ବେଳେ ହଠାତ ଦୁଇଟି ଭାଲୁ ଆକ୍ରମଣ କରିଥିଲେ। ଫଳରେ ମନଧର ଜାନୀଙ୍କ ମୁଣ୍ଡରେ ପ୍ରବଳ ଆଘାତ ହୋଇଥିଲା। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଭାଲୁ କବଳରୁ ମନଧରଙ୍କୁ ଉଧାର କରି ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ମନଧରଙ୍କୁ ପ୍ରଥମେ ଡ଼ାବୁଗାଁ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। ପରେ ମନଧର ଜାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।
ଏଠାରେ ପ୍ରକାଶ ଯେ ମନଧର ଜାନୀଙ୍କ ସ୍ତ୍ରୀ କିଛି ବର୍ଷ ତଳେ ରୋଗରେ ମୃତ୍ୟୁ ହୋଇଥିବା ବେଳେ ୧୪ ବର୍ଷର ଏକ ମାତ୍ର ଝିଅ ଅଛନ୍ତି। ମନଧର ଜାନୀଙ୍କ ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ପ୍ରଶାସନ ତରଫରୁ ମାଗଣା ଚିକିତ୍ସା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
The post ଭାଲୁ ଆକ୍ରମଣରେ ଯୁବକ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3GfF952
0 Comments