
ବଲାଙ୍ଗୀର : ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତେଣୁ ଘଟଣାକୁ ଗୁରୁତ୍ବର ସହ ନେଇଛି ରାଜ୍ୟ ମହିଳା କମିସନ। ଶୁକ୍ରବାର ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରାଙ୍କ ନେତୃତ୍ୱରେ ଚାରିଜଣିଆ ଟିମ୍ ବଲାଙ୍ଗୀର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସିଧାସଳଖ ଏସ୍ପି ଅଫିସକୁ ଆସି ଏସ୍ପି ନିତିନ କୁଶଳକରଙ୍କ ସହିତ ଆଲୋଚନା କରିଥିଲେ କମିସନ। ଶନିବାର ମୃତ ମମିତାଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଭବାନୀପାଟଣାକୁ ଯାଇ ହତ୍ୟାକାଣ୍ଡ ଘଟିଥିବା ଷ୍ଟାଡିୟମ ଏବଂ ମହାଲିଙ୍ଗ କଲେଜ ପରିଦର୍ଶନ କରିବେ। ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଏସ୍ପିଙ୍କ ସହିତ ଆଲୋଚନା କରିଥିବା କହିଛନ୍ତି ମହିଳା କମିସନ ଅଧ୍ୟକ୍ଷା। ଏହା ସହିତ କଲେଜର ମହିଳା ହଷ୍ଟେଲରେ ରହିଥିବା ଛାତ୍ରୀମାନଙ୍କ ବିଷୟରେ ତଦନ୍ତ କରିବା ସହିତ ସେମାନଙ୍କ ସୁରକ୍ଷା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ମହିଳା କମିସନ ଅଧ୍ୟକ୍ଷା।
The post ମମିତା ହତ୍ୟାକାଣ୍ଡର ତଦନ୍ତ ପାଇଁ ବଲାଙ୍ଗୀରରେ ମହିଳା କମିସନ ଅଧ୍ୟକ୍ଷା first appeared on Sambad.from ଜିଲ୍ଲା | Sambad https://ift.tt/3vE9aqA
0 Comments