
ରାଉରକେଲା: ୨୦୧୯ ଓଏଏସ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି। ବିଭିନ୍ନ ବର୍ଗରେ ମୋଟ ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଅଶ୍ବିନୀ ପଣ୍ଡା ଟପ୍ପର ହୋଇଥିଲାବେଳେ ରାଉରକେଲାର ଅଙ୍କୁର ଅଭିଳାଷ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ପବ୍ଲିକ ଆଡମିନିଷ୍ଟ୍ରେସନ୍ ତାଙ୍କର ଅପ୍ସ୍ନାଲ ସବ୍ଜେକ୍ଟ ରହିଥିଲା। ଦ୍ବିତୀୟ ସବ୍ଜେକ୍ଟ ରହିଥିଲା ଇତିହାସ। ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ପାୱାର ଡିଷ୍ଟ୍ରିବ୍ୟୁସନ୍ ବିଭାଗରେ କାର୍ଯ୍ୟରତ ଅଙ୍କୁର ଏହି ସଫଳତାର ଶ୍ରେୟ ତାଙ୍କୁ ପିତାମାତା ଓ ସର୍ବୋପରି ପରିବାର ସଦସ୍ୟଙ୍କୁ ଦେଇଛନ୍ତି।
ସେକ୍ଟର-୫, ବି-୨୦ର ଅବସରପ୍ରାପ୍ତ ଆର୍ଏସ୍ପି ଅଧିକାରୀ କିଶୋର କୁମାର ସାହୁଙ୍କ ପୁଅ ଅଙ୍କୁର ସେକ୍ଟର-୧୯ ସେଣ୍ଟପଲ୍ ସ୍କୁଲରେ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ମାଟ୍ରିକ ପାସ୍ ପରେ ସେକ୍ଟର-୨୦ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲରେ ଯୁକ୍ତି ଦୁଇ ପାଠ ପଢ଼ିଥିଲେ। ପରେ ଭୁବନେଶ୍ବର ସିଇଟିରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ପାସ୍ କରିଥିଲେ। ୨୦୧୪ରେ ଆର୍ଏସ୍ପିରେ ଚାକିରି ପାଇଥିଲେ। ଇଞ୍ଜିନିୟର ହୋଇଥିଲେ ପ୍ରଶାସନିକ ସେବା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା। ତେଣୁ ଆର୍ଏସ୍ପିରେ ଚାକିରି କରୁଥିଲେ ମଧ୍ୟ ଡ୍ୟୁଟିରେ ଫେରି ଦୈନିକ ୟୁପିଏସ୍ସି, ଓପିଏସ୍ପି ପରୀକ୍ଷା ପାଇଁ ଦୈନିକ ୪ ଘଣ୍ଟା ପରିଶ୍ରମ କରୁଥିଲେ। ଛୁଟି ଦିନ ଅର୍ଥାତ୍ ରବିବାର ଦୈନିକ ୯ ଘଣ୍ଟା ପରିଶ୍ରମ କରୁଥିଲେ। ଅଙ୍କୁର କହିଛନ୍ତି, ଆର୍ଏସ୍ପିରେ ଚାକିରି କରୁଥିଲେ ମଧ୍ୟ ତାଙ୍କର ସମ୍ମାନଜନକ ପ୍ରଶାସନିକ ଚାକିରି ଆଗ୍ରହ ରହିଥିଲା। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ କଠିନ ପରିଶ୍ରମ କରୁଥିଲି। ଶେଷରେ ସଫଳତା ପାଇଲି। ଅନ୍ୟମାନେ ସେ କହିଛନ୍ତି, ମନକୁ ଦୃଢ଼ କରି ଆଗକୁ ବଢ଼ନ୍ତୁ। ସମୟର ସଦ୍ବିନିଯୋଗ କରନ୍ତୁ। ନିଶ୍ଚିତ ଭାବେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ, ଏଥିରେ ଦ୍ବିମତ ନାହିଁ।
The post ଓଏଏସ୍ ରେଜଲ୍ଟ: ଦ୍ବିତୀୟ ସ୍ଥାନରେ ରାଉରକେଲାର ଅଙ୍କୁର ଅଭିଳାଷ first appeared on Sambad.from ଜିଲ୍ଲା | Sambad https://ift.tt/3oHQnZV
0 Comments