
ବରଗଡ଼ : ଗତ ୨୫ ତାରିଖ ଭୋର୍ରେ ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ସ୍ଥାନୀୟ ଟାଉନ ଥାନା ହାଜତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଚ୍ଆର୍ପିସିର ଦୁଇଜଣିଆ ଟିମ୍ ଶୁକ୍ରବାର ବରଗଡ଼ଠାରେ ପହଞ୍ଚି ତନାଘନା କରିଛନ୍ତି।
ଏହି ଟିମ୍ରେ ଅତିରିକ୍ତ ଏସ୍ପି ଇତିକାନ୍ତ ମହାପାତ୍ରଙ୍କ ସହ ଡିଏସ୍ପି ବିଦ୍ୟୁତ୍ ପଣ୍ଡା ରହିଛନ୍ତି। ସେମାନେ ପ୍ରଥମେ ବରଗଡ଼ ଏସ୍ପିଙ୍କୁ ଭେଟି ଆଲୋଚନା କରିବା ପରେ ମୃତ ଗୋବିନ୍ଦଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ବରଗଡ଼ ଟାଉନ ଥାନାରେ ପହଂଚି ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ବର୍ତ୍ତମାନ ଏସମ୍ପର୍କରେ କୌଣସି ତଥ୍ୟ ଦେବାକୁ ଟିମ୍ ମନା କରିଛନ୍ତି।
ସୂଚନାଯୋଗ୍ୟ, ଗୋଟିଏ ଗଣ୍ଡଗୋଳ ଘଟଣାରେ ପୁଲିସ୍ ଗୋବିନ୍ଦଙ୍କୁ ଘରୁ ରାତି ୨ଟାରେ ଉଠାଇ ଆଣିଥିଲା। ପରଦିନ ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ତାଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଏହାର ଉଚିତ୍ ତଦନ୍ତ ଏବଂ କ୍ଷତିପୂରଣ ଦାବିରେ ବରଗଡ଼ ଅଶାନ୍ତ ହୋଇପଡ଼ିଥିଲା। ଗାଁ ଲୋକେ ରାସ୍ତା ଅବରୋଧ କରିଥିଲେ। ଏପରିକି ପୁଲିସ୍ ଲାଠିମାଡ଼ କରିଥିଲା। ଏହି ଘଟଣାରେ ବରଗଡ଼ ଟାଉନ ଥାନାର ପାଞ୍ଚଜଣ ପୁଲିସ କର୍ମଚାରୀଙ୍କୁ ବରଗଡ଼ ଏସ୍ପି କାର୍ଯ୍ୟରୁ ନିବୃତ ରଖିଛନ୍ତି।
The post ହାଜତ ମୃତ୍ୟୁ ଘଟଣା: ଏଚ୍ଆର୍ପିସି ଟିମ୍ର ତନାଘନା first appeared on Sambad.from ଜିଲ୍ଲା | Sambad https://ift.tt/3opwYwA
0 Comments