
ନୂଆପଡ଼ା : ପଞ୍ଚାୟତ ନିର୍ବାଚନ ପାଇଁ ଚିଠା ସଂରକ୍ଷଣ ତାଲିକାରେ ପଛୁଆ ବର୍ଗଙ୍କୁ ଉପେକ୍ଷା କରାଯାଇଛି। ଏନେଇ ଜିଲ୍ଲାର ପଛୁଆ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୋମବାର ପଛୁଆ ବର୍ଗର ନେତାମାନେ ଏକାଠି ହୋଇ ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ଏକ ଦାବିପତ୍ର ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ସରକାର ଏହି ଡ୍ରାଫ୍ଟକୁ ସଂଶୋଧନ କରନ୍ତୁ ଏବଂ ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ହକ୍ ଓ ଅଧିକାର ଦିଅନ୍ତୁ, ନଚେତ ତୀବ୍ର ବିରୋଧ ସହିତ ଆଗାମୀ ୧୮ତାରିଖରେ ନୂଆପଡ଼ା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ଘେରାଉରେ ସରୋଜ ସାହୁ, ଭରତଲାଲ ରାଉତ, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ, ପ୍ରିୟରଞ୍ଜନ ମେହେର, ଧନୀରାମ ସାହୁ, ପ୍ରମୋଦ ସାହୁ, ପଟେଲ ସମାଜ, ସାହୁ ସମାଜର ନେତାମାନେ ଉପସ୍ଥିତ ଥିଲେ।
The post ନୂଆପଡ଼ାରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ first appeared on Sambad.from ଜିଲ୍ଲା | Sambad https://ift.tt/3Arxb4V
0 Comments