
ସଇନ୍ତଳା : ନିଆଁରେ ପୋଡ଼ିଯିବାରୁ ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଘୁନସର ଗାଁର ମାନସିକ ଭିନ୍ନକ୍ଷମ ନାବାଳକ ଟିକେଶ୍ୱର ରଣା (୧୪ବର୍ଷ)ଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ ଘୁନସର ଗ୍ରାମର ଲେଖା ରଣାଙ୍କ ପୁଅ ଟିକେଶ୍ୱର ଭିନ୍ନକ୍ଷମ ଅବସ୍ଥାରେ ବହୁଦିନରୁ ଖଟରେ ପଡ଼ିରହିଥିଲେ। ରବିବାର ରାତିରେ କୌଣସି କାରଣରୁ ଖଟରେ ନିଆଁ ଲାଗି ତାଙ୍କ ମୃତ୍ୟୁ ଘଟିଥିଲା।
ତାଙ୍କ ପିତାମାତା ମଧ୍ୟ ମାନସିକ ରୋଗୀ ହୋଇଥିବାରୁ ଘଟଣା ସଂପର୍କରେ ସମାଜସେବୀ ସନ୍ତୋଷ ବେହେରା ସଇନ୍ତଳା ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଘଟଣାସ୍ଥଳରୁ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇ ଦେଇଥିଲେ। ମୃତ ଟିକେଶ୍ୱରଙ୍କ ପିତାମାତା ଅତ୍ୟନ୍ତ ଗରିବ ଓ ତାଙ୍କର କୌଣସି ନିକଟ ସଂପର୍କୀୟ ନଥିବାରୁ ଶ୍ରୀ ବେହେରା ସମସ୍ତ ବ୍ୟବସ୍ଥା କରିଥିବା ଜଣାପଡ଼ିଛି।
The post ନିଆଁରେ ପୋଡ଼ି ଭିନ୍ନକ୍ଷମ ନାବାଳକ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/30lqDsh
0 Comments