
ଧଉଳି: ରାଜଧାନୀ ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଆଜି ଧଉଳି ଥାନା ଅଧୀନ ଦୟା ନଦୀ ଘାଟରେ ବିଏମସି ପକ୍ଷରୁ ହୋଇଥିବା ଅସ୍ଥାୟୀ ପୁଷ୍କରିଣୀରେ ସର୍ବମୋଟ ୩୨ଟି ମେଢ଼ ଓ ମା’ଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି ବିସର୍ଜିତ ହୋଇଥିଲା। ଏନେଇ ଦୟାନଦୀ କୂଳରେ ୫୦ଫୁଟ ଲମ୍ବ ଓ ୨୦ଫୁଟ ଚଉଡ଼ାରେ ଏକ ଅସ୍ଥାୟୀ ପୁଷ୍କରିଣୀ ଖୋଳା ଯାଇଥିଲା। ଶାନ୍ତିଶୃଙ୍ଖଳାର ସହ ମୂର୍ତ୍ତି ବିସର୍ଜନ ଶେଷ ହୋଇଥିଲା। ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ କୋଭିଡ଼ ନିୟମ ଆଧାରରେ ପ୍ରତିମୂର୍ତ୍ତି ବିସର୍ଜନ କରାଯାଇଥିଲା। ମୂର୍ତ୍ତି ବିସର୍ଜନ ବେଳେ ଯେପରି କୌଣସି ଅଘଟଣ ନଉପୁଜେ ସେନେଇ ଧଉଳି ଥାନା ପୁଲିସ ସମେତ ଓଡ୍ରାଫ ଟିମ ଏବଂ ବିଏମସି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
The post ଦୟାନଦୀ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜିତ ହେଲେ ୩୨ ମୂର୍ତ୍ତି first appeared on Sambad.from ଜିଲ୍ଲା | Sambad https://ift.tt/3lNeBzV
0 Comments