କଣ୍ଟାମାଳ : କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡାରେ ଜଣେ କବାଡ଼ିୱାଲାଠାରୁ ଟଙ୍କା ଓ ମୋବାଇଲ୍‌ ଲୁଟ୍‌ ହୋଇଥିବା ନେଇ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି।

ମିଳିଥିବା ସୂଚନାନୁସାରେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାଇଗଣିଆ ଗ୍ରାମର ସନ୍ତୋଷ ବେହେରା (୩୭) ଦେଉଳି (ମନମୁଣ୍ଡା)ରେ ରହି ଭଙ୍ଗାଲୁହା, ପ୍ଲାଷ୍ଟିକ୍‌ ଇତ୍ୟାଦି କ୍ରୟ କରି କବାଡ଼ି ବ୍ୟବସାୟ କରିଥାନ୍ତି। ଶନିବାର ଅପରାହ୍ଣରେ ମନମୁଣ୍ଡା ଥାନା ଦପଲାରୁ ଦେଉଳିକୁ ନିଜ ଲୁନା (ଓଡି୦୨ବିଏସ୍‌-୯୮୫୮)ରେ ଫେରୁଥିବା ବେଳେ ଯୋଗୀନ୍ଦ୍ରପୁର ଚାରିଛକରୁ ଦମାମୁଣ୍ଡା ରାସ୍ତାର ନିଛାଟିଆ ସ୍ଥାନରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ସନ୍ତୋଷକୁ ମାରଣାସ୍ତ୍ର ମାଡ଼ ମାରିଥିଲେ। ପରେ ତାଙ୍କଠାରୁ ଲୁନାର ଚାବି, ୩ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇ ଫେରାର ହୋଇଯାଇଥିଲେ।

ଏ ନେଇ ସେ ଆଜି ମନମୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏ ନେଇ ମନମୁଣ୍ଡା ଆଇଆଇସି ଗୋପୀନାଥ ପ୍ରଧାନଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି କହିଥିଲେ।

The post ଦିନ ଦ୍ୱିପହରରେ ଟଙ୍କା ଓ ମୋବାଇଲ୍‌ ଲୁଟ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3pcY8qO