ଭବାନୀପାଟଣା : କଳାହାଣ୍ଡି ଅବକାରୀ ବିଭାଗ ଆଜି ଭବାନୀପାଟଣା ସଦର ବ୍ଲକ ଶଗଡ଼ା ଗାଁରେ ଚଢ଼ଉ କରି ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ଜଣକ ହେଲା ସିଦ୍ଧେଶ୍ୱର ହଂସ (୫୨)। ସିଦ୍ଧେଶ୍ୱର ନିଜ ବାଡ଼ିପଟେ ୨୫୩ଟି ଗଂଜେଇ ଗଛ ଲଗାଇଥିଲା। ଏହାର ଆାନୁମାନିକ ମୂଲ୍ୟ ୨ ଲକ୍ଷ ୫୩ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

ବିଭାଗ ପକ୍ଷରୁ ଗଂଜେଇ ଗଛଗୁଡ଼ିକ ଜବତ କରାଯିବା ସହ ସିଦ୍ଧେଶ୍ୱରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅବକାରୀ ବିଭାଗର ଇନିସ୍‌ପେକ୍ଟର ସୁଶାନ୍ତ ପ୍ରଧାନ, ଏସ୍‌ଆଇ ସତ୍ୟ ଦାସ, ଏଏସ୍‌ଆଇ ବାନି ସୁନା, ଯୁଗେଶ୍ବରୀ ନାଏକ, ଅଶୋକ ସାହୁଙ୍କ ସମେତ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ।

The post ଶଗଡ଼ାରେ ଗଞ୍ଜେଇ ଚାଷ, ଜଣେ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2XssQku