
ନୟାଗଡ଼: ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ୩ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ‘ଲକ୍ଷ୍ୟ’ ପୁରସ୍କାର ପ୍ରଦାନ କରାଯାଇଛି। ଏହା ମଧ୍ୟରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିଛି। ମାତୃ ଓ ଶିଶୁ ଚିକିତ୍ସାରେ ଉତ୍ତମ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। କେନ୍ଦ୍ରୀୟ ଟିମ୍ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମାତୃ ଓ ଶିଶୁ ଚିକିତ୍ସାଳୟର ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏହା ପରେ ଲକ୍ଷ୍ୟ ପୁରସ୍କାର ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯୋଗ୍ୟ ବିବେଚିତ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତିପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀ ମିଶ୍ରଙ୍କ ସମୟରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବହୁ ପୁରସ୍କାର ଗ୍ରହଣ କରିଛି। ନୟାଗଡ଼ ସମେତ କଟକ ଓ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
The post ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ‘ଲକ୍ଷ୍ୟ’ ପୁରସ୍କାର first appeared on Sambad.from ଜିଲ୍ଲା | Sambad https://ift.tt/3aHcV4N
0 Comments