ରାମଚନ୍ଦ୍ରପୁର : ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ କଣ୍ଟାବଣିଆ ଗ୍ରାମର କଳାକାର ଜେନା (୭୬) ପଥର ଖାଦାନରେ ବୁଡ଼ି ପ୍ରାଣ ହରାଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, କଳାକାର କଇଁଫୁଲ ତୋଳିବା ପାଇଁ ଗ୍ରାମ ନିକଟସ୍ଥ ଏକ ପଥର ଖାଦାନକୁ ଯାଇଥିଲେ। ଫୁଲ ତୋଳିବା ବେଳେ ଅସାବଧାନତା ଯୋଗୁଁ ସେ ପାଣିରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପଥର ଖାଦାନ ନିକଟରେ ତାଙ୍କ ସାଇକଲ ଓ ଜୋତା ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ଖାଦାନ ପାଣିରେ ବୁଡ଼ି ଯାଇଥିବା ଆଶଙ୍କା କରି ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର ହୋଇଥିଲା। ଖବର ପାଇ ରାମଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ କେସ୍‌ ନମ୍ବର ୨୨/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

The post ପଥର ଖାଦାନରେ ବୁଡ଼ି ବୃଦ୍ଧ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3aIaUFx