
ପୁରୀ : ପବିତ୍ର ବିଜୟାଦଶମୀରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଯାଇଛି। ରଥ ଉପରେ ସୁନାବେଶ ଭଳି ରତ୍ନ ସିଂହାସନରେ ବି ବିଭିନ୍ନ ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥିଲେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।
ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରେ ଅବକାଶ, ଚନ୍ଦନ ଲାଗି ନୀତି ପରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ନୂଆ ଲୁଗା ସହ ନାନାଦି ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁଙ୍କୁ ବେଶ କରାଯାଇଥିଲା। କିନ୍ତୁ କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁମାନେଏହି ଦୁର୍ଲଭ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ବିନା ଭକ୍ତରେ ମହାପ୍ରଭୁ ସୁନାବେଶ ହୋଇଛନ୍ତି। ଏହି ଅବସରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମ-କୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିଥିଲେ। ଇତିହାସ ବର୍ଣ୍ଣିତ କଥା ଅନୁଯାୟୀ, ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରଥମେ ଶ୍ରୀଜିଉମାନଙ୍କୁ ସୁନାବେଶ କରାଯାଇଥିଲା। ଅତୀତରେ ସର୍ବାଧିକ ୧୩୮ ପ୍ରକାର ସୁନା ଅଳଙ୍କାରରେ ଶ୍ରୀଜିଉମାନଙ୍କୁ ବେଶ କରାଯାଇଥିଲା। ବର୍ଷକୁ ପାଞ୍ଚ ଥର ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମନ୍ଦିର ମଧ୍ୟରେ ୪ଥର ଓ ଶ୍ରୀମନ୍ଦିର ବାହାରେ ଥରେ(ରଥ ଉପରେ) ଏହି ବେଶ ଅନୁଷ୍ଠିତ ହୋଇଥାଏ।
ଶ୍ରୀମନ୍ଦିରରେ ୩ ଘଣ୍ଟା ନୀତି ବିଳମ୍ବ, ବିଳମ୍ବ ହେଲା ମହାପ୍ରଭୁଙ୍କ ବେଶ
୧୨ଟା ବଦଳରେ ୩ଟା ପର୍ଯ୍ୟନ୍ତ ଚାଲିଲା ଦର୍ଶନ
ପୁରୀ : କାର୍ତ୍ତିକ ଆରମ୍ଭରୁ ଶ୍ରୀମନ୍ଦିରରେ ଦେଖାଦେଇଛି ନୀତିକାନ୍ତିରେ ଅହେତୁକ ବିଳମ୍ବ। ଯେଉଁଥିପାଇଁ ମହାପ୍ରଭୁଙ୍କ ରାଇଦାମୋଦର ବେଶ ବିଳମ୍ବ ହେବା ସହ ଅନ୍ୟାନ୍ୟ ଦୈନନ୍ଦିନ ନୀତିକାନ୍ତି ବି ବିଳମ୍ବ ହୋଇଛି। ସେପଟେ ନୀତି ବିଳମ୍ବ ଯୋଗୁ ମହାପ୍ରସାଦ ବାହାରିବା ବି ବିଳମ୍ବ ହୋଇଛି। ମହାପ୍ରସାଦ ଆଶାରେ ଆସିଥିବା ଭକ୍ତ ହଇରାଣ ହୋଇଛନ୍ତି। ଯେଉଁଥିପାଇଁ ଶନିବାର ଦିନ ଭକ୍ତଙ୍କ ଦର୍ଶନ ସମୟକୁ ବୃଦ୍ଧି କରାଯାଇଛି। ଶନିବାର ଦିନ ଦିନ ୧୨ଟାରୁ ଗୋସାଣୀ ଉପଲକ୍ଷେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ହେବାର ଥିଲେ ବି ଭକ୍ତଙ୍କୁ ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ଦର୍ଶନ ଅନୁମତି ଦୁଆଯାଇଛି। ୩୦ହଜାରରୁ ଅଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।
ଶନିବାର ଭୋର ୪ଟାରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବାର ଥିଲା। ସେହି ଅନୁଯାୟୀ ରାଇଦାମୋଦର ବେଶ ସାଢ଼େ ୬ଟାରୁ ସାଢେ ୧୦ଟା ଭିତରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଗତକାଲି ରାତିରେ ନୀତି ବିଳମ୍ବ ଯୋଗୁ ଆଜି ନୀତିକାନ୍ତି ଅହେତୁକ ବିଳମ୍ବ ହୋଇଥିଲା। ଗତକାଲି ରାତ୍ର ପହୁଡ଼ ରାତି ୩ଟା ୪୫ରେ ହୋଇଥିଲା। ଏଣୁ ଆଜିର ଦ୍ୱାରଫିଟା ନୀତି ଓ ଅନ୍ୟାନ୍ୟ ଦୈନନ୍ଦିନ ନୀତି ବିଳମ୍ବ ହୋଇଥିଲା। ଆଜି ସକାଳ ୬ଟା ୧୦ରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ସେହି ଅନୁଯାୟୀ ୬ଟା ୪୦ରେ ଭିତରଶୋଧ, ୬ଟା ୫୦ରେ ମଙ୍ଗଳ ଆଳତି, ୬ଟା ୫୫ରେ ମଇଲମ, ୮ଟାରେ ଆବକାଶ ନୀତି ସମ୍ପନ୍ନ ହୋଇଥିଲା। ରୋଷ ହୋମ, ତଡ଼ପଲାଗି ପରେ ପ୍ରାୟ ୯ଟା ୪୦ରେ ବେଶ ଶେଷ ହୋଇଥିଲା। ୧୦ଟା ୧୦ ଭିତରେ ପ୍ରଥମ ଭୋଗ ମଣ୍ଡପ ଉଠିବାର ଥିଲେ ବି ଅପରାହ୍ନ ପ୍ରାୟ ୧ଟା ୫ରେ ଭୋଗମଣ୍ଡପ ଉଠିଥିଲା। ନୀତି ବିଳମ୍ବ ପାଇଁ ଦର୍ଶନ ବି ବିଳମ୍ବରେ ଆରମ୍ଭ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଦର୍ଶନ ସମୟ ଅବଧିକୁ ବୃଦ୍ଧି କରିଥିଲା ଶ୍ରୀମନ୍ଦିର ପ୍ରଶାସନ।
The post ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ first appeared on Sambad.from ଜିଲ୍ଲା | Sambad https://ift.tt/3aNqqjr
0 Comments