ସିକୋ: ଆଗାମୀ ପଂଚାୟତ ନିର୍ବାଚନ ପାଇଁ ବେଗୁନିଆ କଂଗ୍ରେସ ପକ୍ଷରୁ ୨୪ ନମ୍ବର ଜିଲ୍ଲାପରିଷଦ ଜୋନ୍‌ରେ ଦଳର ସଦସ୍ୟ ଓ କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଡ଼ମାଣତ୍ରୀ ଠାରେ ଥିବା ମା’ ରାମଚଣ୍ଡୀ ପୀଠରେ ଅନୁଷ୍ଠିତ ବୈଠକରେ ବୋତଳମା ସରପଂଚ ଭରତ ଛୋଟରାୟ ଅଧ୍ୟକ୍ଷତା କରିଥିଲେ। ଲୋଚନ କୁମାର ରାଉରରାୟ ବୈଠକର ସଂଯୋଜନା କରିଥିଲେ। ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଦୀପ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ।

ଜୋନ୍ ଅଧୀନରେ ଥିବା ୮ଟି ପଂଚାୟତରେ ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଆସନରେ କଂଗ୍ରେସର ପ୍ରାର୍ଥୀ ଯେଭଳି ଜିତିବେ ସେନେଇ ଆଲୋଚନା ହୋଇଥିଲା। ପ୍ରତି ପଂଚାୟତରୁ ୫ଜଣ ପ୍ରତିନିଧି ପ୍ରାର୍ଥୀଙ୍କ ଚୟନ ନେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ସିକୋର ପୂର୍ବତନ ସଭାପତି ରାଜ କିଶୋର ପ୍ରଧାନ ସଭାର ପରିଚାଳନା କରିଥିଲେ। ଆରତଚନ୍ଦ୍ର ମାଝୀ ଧନ୍ୟବାଦ ଦେଇଥିଲେ।

The post ୨୪ ନଂ ଜିଲ୍ଲା ପରିଷଦ ଜୋନ୍‌ରେ କଂଗ୍ରେସର ବୈଠକ first appeared on Sambad.

from ଜିଲ୍ଲା | Sambad https://ift.tt/2YBz6X4