
କଟକ: ମମିତା ହତ୍ୟା ମାମଲାର ଏସ୍ଆଇଟି ତଦନ୍ତ ପାଇଁ ଦାବି କରିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଡକ୍ଟର ଏ.ଚେଲା କୁମାର। କଟକରେ ଆଜି ଆୟୋଜିତ ଜିଲ୍ଲା କ˚ଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ପରେ ଶ୍ରୀ ଚେଲା କୁମାର କହିଛନ୍ତି, ସିବିଆଇ ଉପରେ କ˚ଗ୍ରେସର ଭରସା ନାହିଁ। ଚିଟ୍ ଫଣ୍ତ ସ୍କାମ, ଖଣି ଦୁର୍ନୀତି ଘଟଣାରେ ସିବିଆଇର ତଦନ୍ତ ଉପରେ କ˚ଗ୍ରେସ ସନ୍ତୁଷ୍ଟ ନୁହେଁ। ବିଜେଡି ଓ ବିଜେପି ମଧ୍ୟରେ ଭିତିରି ସ˚ପର୍କ ଗଢି ଉଠିଥିଲା ବେଳେ ବିଜେପି ଏହି ମାମଲାରେ ଆଶାନୁରୂପକ ବିରୋଧ କରୁଥିବା ଭଳି ଅନୁଭବ ହେଉନି। ସିବିଆଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହାତର ଖେଳନା ପାଲଟିଛି। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ଦଳର ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ତେଣୁ ଏଭଳି ସରକାର ଓ ସିବିଆଇ ଉପରେ କ˚ଗ୍ରେସର ଆସ୍ଥା ତୁଟି ଯାଇଛି। ଏଥିପାଇଁ ଏହି ମାମଲାର ତଦନ୍ତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ତତ୍ତ୍ବାବଧାନରେ ଏସ୍ଆଇଟି ଦ୍ବାରା କରିବାକୁ ଚେଲାକୁମାର ଦାବି କରିଛନ୍ତି। ଅନ୍ୟପଟେ ମନ୍ତ୍ରୀ ଦିବ୍ୟଶିଙ୍କର ମିଶ୍ର ନୈତିକତା ଦୃଷ୍ଟିରୁ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ୍ ଏବ˚ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ତ ମିଳୁ ବୋଲି ଚେଲାକୁମାର ଦାବି କରିଛନ୍ତି।
ଶାସକ ଦଳର ବିଧାୟକ, ମନ୍ତ୍ରୀମାନେ ଅପରାଧିଙ୍କୁ ସୁରକ୍ଷା ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ମାହାଙ୍ଗା ଡବଲ ମର୍ଡର ଘଟଣା, ନିଆଳିର ସୂଚନା ଅଧିକାର କର୍ମୀ କୃପାସିନ୍ଧୁ ସାହୁ ହତ୍ୟା ଘଟଣା, ବାଙ୍କୀ କ˚ଗ୍ରେସ ନେତା ହତ୍ୟା ଘଟଣାରେ ମନ୍ତ୍ରୀ ଓ ସ୍ଥାନୀୟ ନେତାମାନଙ୍କ ନାମ ଆସିଥିଲେ ମଧ୍ୟ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କୁ ସୁରକ୍ଷା ଦେଇଥିଲା ବୋଲି ଚେଲାକୁମାର ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ˚ଗ୍ରେସ କମିଟି ସଭାପତି ମାନସ ଚୌଧୁରୀ, କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ସାହୁ, ଦେବାଶିଷ ପଟ୍ଟନାୟକ, ବିଭୂତି ମିଶ୍ର, ରବି ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ଏଥି ପୂର୍ବରୁ ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ପିସିସି ସଭାପତି ନିର˚ଜନ ପଟ୍ଟନାୟକ କ˚ଗ୍ରେସରେ କର୍ମମାନେ ତୃଣମୂଳସ୍ତରରୁ ସ˚ଗଠନକୁ ଶକ୍ତ କରିବା ପାଇଁ ଲୋକାଭିମୁଖୀ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯେଉଁଥିପାଇଁ କ˚ଗ୍ରେସର ପତ୍ତନ ଘଟିଥିଲା, ବର୍ତ୍ତମାନ ବିଜେଡିର ଅବସ୍ଥା ସେଭଳି ହେବାକୁ ଯାଉଛି। ଧୀରେ ଧୀରେ ବିଜେଡିର କର୍ମୀମାନେ ଦଳରୁ ମୁହଁ ଫେରାଇ ଅନ୍ୟ ଦଳରେ ଯୋଗ ଦେଲେଣି। ତେଣୁ କଂଗ୍ରେସ ନେତା ଓ କର୍ମୀମାନେ ଆଗାମୀ ଦିନରେ ଲୋକଙ୍କ ସହିତ ମିଶି କାମ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ କରିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସମସ୍ତ କ˚ଗ୍ରେସ କର୍ମୀମାନେ ଶକ୍ତି ପ୍ରଦର୍ଶନ କରିବା ସମୟ ଆସିଛି। ବିଜେଡିର ଜନବିରୋଧୀ କାର୍ଯ୍ୟକଳାପ, ରାଜ୍ୟର ଆଇନ୍ଶୃଙ୍ଖଳା ସ୍ଥିତି, ମାହାଙ୍ଗା, ନିଆଳି, ବାଙ୍କୀରେ ଘଟିଥିବା ହତ୍ୟାକାଣ୍ତ ଭଳି ଘଟଣାରେ ସରକାର ଯେଉଁଭଳି ନେତାମାନଙ୍କୁ ଘଣ୍ଟ ଘୋଡ଼ାଇ ରଖୁଛନ୍ତି, ତାହାକୁ ଶ୍ରୀ ପଟ୍ଟନାୟକ ତୀବ୍ର ସମାଲୋଚନା କରିଛନ୍ତି।
କାର୍ଯ୍ୟକ୍ରମରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ରୁଦ୍ର ରାଜୁ ବକ୍ତବ୍ୟ ରଖି ଆଇନ୍ଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି, ଚାଷୀ ସମସ୍ୟା ଓ ସମବାୟ ଦୁର୍ନୀତିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ଅବସରରେ ଦେବାଶିଷ ପଟ୍ଟନାୟଙ୍କ ନେତୃତ୍ବରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବାଙ୍କୀରୁ ଆସିଥିବା ପାଖାପାଖି ୩୫ଜଣ ନୂତନ ବିଜେଡି କର୍ମୀଙ୍କୁ କ˚ଗ୍ରେସରେ ସାମିଲ କରାଯାଇଥିବା ବେଳେ ସେମାନଙ୍କୁ ଚେଲାକୁମାର ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକାରିଣୀ ବୈଠକରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ରାଜ୍ୟ କଂଗ୍ରେସ ଉପସଭାପତି ସୁରେଶ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।
The post ଏସ୍ଆଇଟି ତଦନ୍ତ ଦାବି କଲା କ˚ଗ୍ରେସ; ସିବିଆଇ ତଦନ୍ତ ଉପରେ ଭରସା ନାହିଁ: ଚେଲାକୁମାର first appeared on Sambad.from ଜିଲ୍ଲା | Sambad https://ift.tt/3mBGqff
0 Comments