
କଟକ : ଏନ୍ଏସ୍ଏ (ଜାତୀୟ ନିରାପତ୍ତା ଆଇନ)ରେ ଅଟକ ନିର୍ଦ୍ଦେଶକୁ ଚାଲେଞ୍ଜ୍ କରି ସନ୍ଦୀପ ଓରଫ ରାଜା ଆଚାର୍ଯ୍ୟ ଦାୟର କରିଥିବା ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଅକ୍ଟୋବର ୮ରେ ରାୟ ପ୍ରକାଶ ପାଇବ ବୋଲି ଖଣ୍ଡପୀଠ କହିଛନ୍ତି।
୨୦୧୦ରେ ଜୁଡୋ କୋଚ୍ ବିରଞ୍ଚି ଦାସ ହତ୍ୟା ମାମଲାରେ ଚଗଲା ଓରଫ ଅକ୍ଷୟ ଓ ରାଜା ଆଚାର୍ଯ୍ୟଙ୍କୁ ନିମ୍ନ ଅଦାଲତ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ରାଜା ହାଇକୋର୍ଟରେ ଅପିଲ ଦାୟର କରିଥିଲେ। ଅପିଲ ବିଚାରାଧୀନ ଥିବାବେଳେ ୨୦୧୭, ମାର୍ଚ୍ଚ ୧୦ରେ ସୁପ୍ରିମକୋର୍ଟ ରାଜାଙ୍କୁ ଜାମିନ ପ୍ରଦାନ କରିଥିଲେ। ରାଜାଙ୍କୁ ଗିରଫ କରାଯାଇଥିବା ଅନ୍ୟ ମାମଲାରେ ଜାମିନ ମିଳିବା ପରେ ତାଙ୍କୁ ଏନ୍ଏସ୍ଏରେ ଅଟକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନଏସଏ ଅଟକ ନିର୍ଦ୍ଦେଶକୁ ବେଆଇନ ଦର୍ଶାଇ ରାଜା ଗତ ଅଗଷ୍ଟରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
The post ଏନ୍ଏସ୍ଏରେ ଅଟକ ନିର୍ଦ୍ଦେଶକୁ ରାଜା ଆଚାର୍ଯ୍ୟର ଚାଲେଞ୍ଜ: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ first appeared on Sambad.from ଜିଲ୍ଲା | Sambad https://ift.tt/3afnEmE
0 Comments