ଭବାନୀପାଟଣା : ସୋମବାର ଭବାନୀପାଟଣା ପୋକସୋ କୋର୍ଟରେ ଜଣେ ନାବାଳିକାଙ୍କ ଦୁଷ୍କର୍ମ ମାମଲାର ଶୁଣାଣି ହୋଇଥିଲା। ମାନ୍ୟବର କୋର୍ଟ ଅଭିଯୁକ୍ତ ଯୁବକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୫ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବଲାଗାଁର ସୁରେନ୍ଦ୍ର ଦୁର୍ଗା (୨୯) ଗତ ୨୦୧୫ ମସିହାରେ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିଲେ। ଏନେଇ ଜୟପାଟଣା ଥାନାରେ ମାମଲା ରୁଜୁ ହେବାପରେ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇଥିଲା।

ସୋମବାର ପୋକସୋ କୋର୍ଟରେ ମାମଲାର ଶୁଣାଣି କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୁବ୍ରତ ପଟ୍ଟନାୟକ ମାମଲାର ଶୁଣାଣି କରି ଅଭିଯୁକ୍ତ ସୁରେନ୍ଦ୍ରକୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡ ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ମାସ ଜେଲ୍‌ ଭୋଗିବେ ବୋଲି ନିର୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ପିପି ରୋହିତ ମିଶ୍ର ମାମଲା ପରିଚାଳନା କରିଥିଲେ।

The post ଦୁଷ୍କର୍ମ ମାମଲାର ଶୁଣାଣି, ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ first appeared on Sambad.

from ଜିଲ୍ଲା | Sambad https://ift.tt/3p6L9XZ