ନୟାଗଡ଼ : ବହୁଚର୍ଚ୍ଚିତ ୨୦୦୮ ନୟାଗଡ଼ ମାଓ ଆକ୍ରମଣ ମାମଲା‌ରେ ସାକ୍ଷ୍ୟପ୍ରମା‌ଣ ଅଭାବରୁ ପୁଣି ଗୋଟିଏ ‌ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡା‌, ଡି. କେଶବ ରାଓ ଓରଫ୍‌ ଆଜାଦ୍‌ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି।

ଫେବ୍ରୁଆରି ୧୫ରେ ନୟାଗଡ଼, ଦଶପଲ୍ଲା, ନୂଆଗାଁ ଆଦିରେ ମାଓବାଦୀମାନେ ତାଣ୍ଡବ ରଚିଥିଲେ। ଘଟଣା ଦିନ ବିଭିନ୍ନ ଥାନାରେ ପୋଡ଼ାଜଳା, ୧୮ ପୁଲିସ କର୍ମଚାରୀଙ୍କ ହତ୍ୟା ପରେ ମାଓବାଦୀମାନେ ବିଭିନ୍ନ ସ୍ଥାନରୁ ଗାଡ଼ି ଅପହରଣ କରି ଫେରାର ‌ହୋଇଯାଇଥିଲେ। ଦଶପଲ୍ଲାର ଏକ ପଇଡ଼ ଭର୍ତ୍ତି ଟ୍ରକ୍‌କୁ ମାଓବାଦୀମାନେ କବ୍‌ଜା କରି ଏଥିରେ ଫେରାର୍‌ ହୋଇଯାଇଥିଲେ। ଆଜି ନୟାଗଡ଼ ଜିଲ୍ଲା କୋର୍ଟରେ ଉକ୍ତ ମାମଲାର ଶୁଣାଣି ହୋଇଥିଲା। ସାକ୍ଷ୍ୟପ୍ରମାଣ ଅଭାବରୁ ଉଭୟଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯାଇଥିବା ଅଭିଯୁକ୍ତଙ୍କ ଓକିଲ ଅମୀୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ନୟାଗଡ଼ ଜିଲ୍ଲା କୋର୍ଟରେ ସବ୍ୟସାଚୀଙ୍କ ନାମରେ ୯ଟି ମାମଲା ଚାଲିଥିବା ବେ‌ଳେ ସେ ୩ଟିରେ ସାକ୍ଷ୍ୟପ୍ରମାଣ ଅଭାବରୁ ନିର୍ଦ୍ଦୋଷ ଘୋଷିତ ହୋଇଛନ୍ତି। ଆଜାଦ୍‌ଙ୍କ ନାମରେ ୯ଟି ମାମଲା ଥିବା ବେଳେ, ୮ଟିରେ ସେ ମଧ୍ୟ ସାକ୍ଷ୍ୟପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି।

The post ୨୦୦୮ ନୟାଗଡ଼ ମାଓ ଆକ୍ରମଣ ଘଟଣା: ଆଉ ଏକ ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷ ପ୍ରମାଣିତ first appeared on Sambad.

from ଜିଲ୍ଲା | Sambad https://ift.tt/2YG905H