
ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ର ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାର ଆଜି ଦ୍ବିତୀୟଥର ପାଇଁ ଶୁଣାଣି ହୋଇଛି। ନୟାଗଡ଼ ଚିଲ୍ଡ୍ରେନ୍ସ କୋର୍ଟରେ ଏହି ମାମଲାର ସାକ୍ଷୀ ଚରଣ ପ୍ରଧାନ ହାଜର ହୋଇଥିଲେ। ଘଟଣା ଦିନ ସେ ଯାହା ଦେଖିଥିଲେ, ସେସବୁ ଜଜ୍ଙ୍କ ନିକଟରେ ବର୍ଣ୍ଣନା କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ଚିତ୍ତ କାନୁନଗୋ, ହତ୍ୟା ଅଭିଯୁକ୍ତ ନାବାଳକର ଓକିଲ ଚନ୍ଦ୍ରବିଜୟୀ ମିଶ୍ର, ଶିବଶଙ୍କର ବିଶ୍ବାଳ ସାକ୍ଷୀଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ଏହି ମାମଲାରେ ବହୁ ଜଣ ସାକ୍ଷୀ ଥିବା ସୂଚନା ମିଳିଥିବାବେଳେ, ଏ ପର୍ଯ୍ୟନ୍ତ ୨ ଜଣ ସାକ୍ଷୀ କୋର୍ଟଙ୍କ ନିକଟରେ ହାଜର ହୋଇ ସାରିଛନ୍ତି।
ଗତ ସେପ୍ଟେମ୍ବର ୨୦୨୦ରେ ଉକ୍ତ ମାମଲାର ପ୍ରଥମ ଶୁଣାଣି ହୋଇଥିଲା। ଚଳିତ ମାସ ୨୫ ତାରିଖରେ ତୃତୀୟ ଥର ପାଇଁ ଶୁଣାଣି ହେବ। ସାକ୍ଷୀ ଖଦାଳ ବେହେରା ନିଜର ବୟାନ ରଖିବେ। ଉଲ୍ଲେଖଯୋଗ୍ୟ,୨୦୨୦ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ଗାଏବ ହୋଇଯାଇଥିଲା। ସେହି ମାସ ୨୩ରେ ତା’ର ଶବ ଉଦ୍ଧାର ହୋଇଥିଲା। ଏହି କୁନି ନାବାଳିକାର ହତ୍ୟା ତଥା ଦୁଷ୍କର୍ମ ମାମଲା ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା
The post ପରୀ ହତ୍ୟାକାଣ୍ଡ ମାମଲାର ଶୁଣାଣି: କୋର୍ଟରେ ହାଜର ହେଲେ ଦ୍ବିତୀୟ ସାକ୍ଷୀ first appeared on Sambad.from ଜିଲ୍ଲା | Sambad https://ift.tt/3an43kI
0 Comments