
ପୁରୀ : ପୁରୀ ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ସ୍ୱର୍ଗଦ୍ୱାର ନିକଟ ବେଳାଭୂମିରୁ ବୁଧବାର ବିଳମ୍ବିତ ରାତିରେ ୭୦ କେଜି କୋରଲ (ଏକ ପ୍ରଜାତିର ସାମୁଦ୍ରିକ ଜୀବର ଅଂଶ) ଜବତ କରାଯାଇଛି। ବନ୍ୟପ୍ରାଣୀ ଆଇନ-୧୯୭୨ ଏହି ସାମୁଦ୍ରିକ ଜୀବକୁ ମାରିବା ଅବା ବିକ୍ରି କରିବା ନିଷେଧ ହୋଇଥିବା ବେଳେ ପୁରୀ ବେଳାଭୂମିରେ ଶଙ୍ଖ ମାଳି ଦୋକାନୀମାନେ ଏହାର ଅବାଧ ବିକ୍ରି କରୁଛନ୍ତି। ପୁରୀ-ବାଲୁଖଣ୍ଡ ବନାଞ୍ଚଳ ଅଧିକାରୀ ସରୋଜ କୁମାର ବେହେରାଙ୍କ ନେତୃତ୍ୱରେ ବନ ବିଭାଗର ଅଧିକାରୀମାନେ ସ୍ୱର୍ଗଦ୍ୱାର ନିକଟରେ ଚଢ଼ାଉ କରି ୭୦ କେଜି କୋରଲ ଜବତ କରିଛନ୍ତି।
The post ସମୁଦ୍ର କୂଳରୁ ୭୦ କେଜି ମୃତ ଜଳଜୀବ ଜବତ first appeared on Sambad.from ଜିଲ୍ଲା | Sambad https://ift.tt/3lC2u8H
0 Comments