କୋରାପୁଟ: ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଛନ୍ତି ପୁଲିସ ଡିଜି ଅଭୟ। ତାଙ୍କ ସହ ଆଇ ଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ନିର୍ଦେଶକ ଲଳିତ ଦାସ, ଆଇ ଜି ଏସ ଡବ୍ଲୁ ଅନିରୁଦ୍ଧ ସିଂହ ଆସିଛନ୍ତି। ଡ଼ିଆଇଜି ଏସ ଡବ୍ଲୁ ଆର ରାଜେଶ ପଣ୍ଡିତ, କୋରାପୁଟ ଏସ୍ପି ବରୁଣ ଗୁଣ୍ଡୁପାଲିଙ୍କ ସହ ବହୁ ଵରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

ପୁଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଦୁଇ କୁଖ୍ୟାତ ମହିଳା ମାଓବାଦୀ ରଂଜିତା ଓ ଗାଙ୍ଗୀ ଆତ୍ମସମର୍ପଣ କରିଛନ୍ତି। ଏହାଛଡ଼ା ସେ ମାଓ ଗତିବିଧି ସହ ଗଞ୍ଜେଇ ଚାଲାଣ ଉପରେ ସମୀକ୍ଷା କରିବେ। ତାପରେ ପୁଲିସ ଡିଜି କୋରାପୁଟରୁ ମାଲକାନଗିରି ଯାଇ ଯୋଡ଼ାଆମ୍ବ ଓ କାଲିମେଳା ପୁଲିସ ଷ୍ଟେସନ ଉଦଘାଟନ କରିବେ।

The post କୋରାପୁଟ ଗସ୍ତରେ ପୁଲିସ ଡିଜି: ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ first appeared on Sambad.

from ଜିଲ୍ଲା | Sambad https://ift.tt/3l6nvIk