ପୁରୀ: ପିପିଲି ଉପନିର୍ବାଚନର ଭୋଟ୍ ଗଣତିରେ ଚତୁର୍ଥ ରାଉଣ୍ଡରେ ୫୧୪୦ ଖଣ୍ଡ ଭୋଟରେ ଆଗୁଆ ରହିଛି। ଏହି ରାଉଣ୍ଡରେ ବିଜେଡି ୧୬୯୬୮, ବିଜେପି ୧୧୮୨୮ ଓ କଂଗ୍ରେସକୁ ୧୩୮୩ ଖଣ୍ଡ ଭୋଟ୍ ମିଳିଛି। ପୂର୍ବରୁ  ତୃତୀୟ ରାଉଣ୍ଡରେ ବିଜେଡି ୫୦୪୪ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାଯାଇଥିଲା। ଏହି ରାଉଣ୍ଡରେ  ବିଜେଡିକୁ ୧୩୬୧୧, ବିଜେପିକୁ ୮୫୬୭ ଓ କଂଗ୍ରେସକୁ ୧୧୮୦ ଖଣ୍ଡ ଭୋଟ୍ ମିଳିଥିଲା।

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ଭୋଟ୍ ଗଣତି ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଜାରି ରହିଛି। ଏଥିଲାଗି ସକାଳ ୮ଟାରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ବେଳେ, ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଥିଲା। ଗୋଟିଏ ହଲରେ ପୋଷ୍ଟାଲ ବାଲଟ୍ ଗଣତି ହୋଇଛି। ଦୁଇଟି ହଲରେ ଇଭିଏମ୍ ବାଲଟ୍ ଗଣତି ଚାଲିଛି। ଇଭିଏମ୍ ପାଇଁ ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିଛି। ସେହି ହିସାବରେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି। ଭୋଟ୍ ଗଣତି କରିବାକୁ ୬୨ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲ୍ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରହିଛନ୍ତି।

The post ପିପିଲି ଉପନିର୍ବାଚନର ଭୋଟ୍ ଗଣତି: ଚତୁର୍ଥ ରାଉଣ୍ଡରେ ବିଜେଡି ଆଗୁଆ first appeared on Sambad.

from ଜିଲ୍ଲା | Sambad https://ift.tt/3A6Gd7d