
ଡୁଡୁକା : ଆଗଲପୁର ବ୍ଲକ୍ ଉପରବାହାଲ ପଞ୍ଚାୟତ ଫଟାମୁଣ୍ଡା ଗାଁରୁ ବୁଧବାର ଲକ୍ଷାଧିକ ଟଙ୍କାର ଶାଗୁଆନ, ଖଇର କାଠ ଗଣ୍ଡି ଜବତ କରାଯାଇଛି। ଚୋରା ଚାଲାଣ ସମୟରେ ବନ ବିଭାଗ ଚଢ଼ଉ କରି ଏସବୁ ଜବତ କରିଛି।
ପ୍ରକାଶ ଯେ ଜଙ୍ଗଲରୁ ବେଆଇନ ଭାବେ ଶାଗୁଆନ, ଶାଳ, ଖଇର ଆଦି ମୂଲ୍ୟବାନ ଗଛ କାଟି ଚୋରା ଚାଲାଣ ହେଉଥିବା ବନ ବିଭାଗ ସୂଚନା ପାଇଥିଲା। ଏସିଏଫ୍ ଅଜିତ ବିଶିଙ୍କ ନେତୃତ୍ୱରେ ଲୋଇସିଂହା ରେଞ୍ଜର ଆଲୋକ ମାଝୀ, ଫରେଷ୍ଟର ଠଣ ସୁନ୍ଦର ଧରୁଆ, ସାଲେଭଟା ଫରେଷ୍ଟର ଚିତ୍ତରଞ୍ଜନ ଖମାରୀ ପ୍ରମୁଖ ଚଢ଼ଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ କରିଥିଲେ। କାଠ ମାଫିଆମାନେ ବନ ବିଭାଗ ଅଧିକାରୀଙ୍କୁ ଚକ୍ମା ଦେଇ ଫେରାର ହୋଇ ଯାଇଥିଲେ।
The post ଲକ୍ଷାଧିକ ଟଙ୍କାର କାଠଗଣ୍ଡି ଜବତ first appeared on Sambad.from ଜିଲ୍ଲା | Sambad https://ift.tt/3uMenfn
0 Comments