
ସୋନପୁର : ଫୁଡ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ପକ୍ଷରୁ ସୋନପୁର ସହରର ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଓ ରାସ୍ତାପାର୍ଶ୍ବ ଠେଲା ଦୋକାନରେ ଚଢ଼ଉ କରାଯାଇଛି। ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟ ଓ ପୁଲିସ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ଉ କରାଯାଇଥିଲା। ସହରର ବିଭିନ୍ନ ଅଞ୍ଚଳର ୨୫ଟି ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନର ଖାଦ୍ୟ ନମୁନା ଯାଞ୍ଚ କରାଯାଇଥିଲା। ଏହି ଟିମ ସେହି ସବୁ ରେଷ୍ଟୁରାଣ୍ଟର ୩୨ କେଜି ବାସି ଖାଦ୍ୟ ନଷ୍ଟ କରିଛି। ସେହିପରି ବାସି ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗରେ ହୋଟେଲ ମାଲିକଙ୍କ ନିକଟରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢଉରେ ଡା. ରମେଶ ଚନ୍ଦ୍ର ସ୍ବାଇଁ, ଡା. ବିଷ୍ଣୁ ଚରଣ ମାଝୀ, ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାୟକ, ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ, କୈଳାସ ଚନ୍ଦ୍ର ପାତ୍ର, ଶ୍ରୀବନ୍ତ ଖଣ୍ଡଗିରି, ରାଜୀବ ପ୍ରଧାନ ଓ ପୁଲିସ ସାମିଲ ଥିଲେ।
The post ୩୨ କେଜି ବାସି ଖାଦ୍ୟ ନଷ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3BirsQ9
0 Comments